ଲକ୍ଷ୍ନୌ,୦୧/୦୧: ନୂଆବର୍ଷରେ ବୋହିଲା ରକ୍ତର ନଦୀ । ରକ୍ତ ସମ୍ପର୍କ ଭୁଲିଗଲା ପୁଅ । ରାକ୍ଷୀ ବାନ୍ଧି ଯେଉଁ ଭାଇ ସୁରକ୍ଷା ପାଇଁ ଶପଥ ନିଏ ସେହି ହାତରେ ଭଉଣୀକୁ ନିର୍ମମ ଭାବେ ହତ୍ୟା କରିଛି । ଜନ୍ମକଲା ମାଆକୁ ଛୁରିଭୁସି କଲା ହତ୍ୟା । ସାରା ଦେଶ ନୂଆବର୍ଷ ପାଳନ କରୁଥିବାବେଳେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି ଭୟଙ୍କର ଛାତିଥରା ଜଘନ୍ୟ ହତ୍ୟାକାଣ୍ଡ । ପାରିବାରିକ କଳହରୁ ମା ଓ ୪ ଭଉଣୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଭାଇ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ହତ୍ୟାକଣ୍ଡ ଘଟାଇଥିବା ନିଜେ ସ୍ବୀକାର କରିଛି ଅଭିଯୁକ୍ତ ।
ମିିଳିଥିବା ସୂଚନା ଅନୁସାରେ ପରିବାର ଆଗ୍ରାରୁ ଲକ୍ଷ୍ନୌ ଆସିଥିଲେ । ହୋଟେଲ ସରନଜିତ ରହିଥିଲେ । ଡିସେମ୍ବର ୩୦ ତାରିଖରୁ ହୋଟେଲ ରୁମ ନମ୍ବର ୧୦୯ରେ ରହିଥିଲେ । ପାରିବାରିକ କଳହରୁ ଏପରି ହୋଇଥିବା କୁହାଯାଉଛି । ଅଭିଯୁକ୍ତ ପ୍ରଥମେ ମାଆ ଓ ଭଉଣୀଙ୍କୁ ନିଶା ଦେଇଥିଲା । ଏହାପରେ ତାଙ୍କ ହାତ ଶୀରା କାଟିଥିଲା । ମୃତ ୫ ଜଣ ହେଉଛନ୍ତି, ଆଲିୟା (୯ବର୍ଷ, ଉଭଣୀ), ଅଶ୍ଲିୟା (୧୯ ବର୍ଷ), ଅକ୍ସା (୧୬ ବର୍ଷ), ରହମୀନ (୧୮ ବର୍ଷ), ଅସ୍ମା (ମାଆ) । ଆଗ୍ରା ଅଞ୍ଚଳର ଅର୍ସଦକୁ ଗିରଫ କରିଛି ପୋଲିସ । ହୋଟେଲରୁ ସମସ୍ତଙ୍କ ମତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।
ହତ୍ୟାକାଣ୍ଡକୁ ନେଇ ଡିସିପି ରବୀନା ତ୍ୟାଗୀ କହିଛନ୍ତି, ହୋଟେଲ ସରନ ଜିତରୁ ୫ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ୨୪ ବର୍ଷୀୟ ଅର୍ସଦକୁ ଗିରଫ କରିଛି । ସେ ଆଗ୍ରା ନିବାସୀ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ଘଟଣାର ତଦନ୍ତ ସହ ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି ।
#WATCH | Lucknow, Uttar Pradesh: 5 people found dead in a hotel in Lucknow
— ANI (@ANI) January 1, 2025
DCP Central Raveena Tyagi says, "Today, The bodies of five people were found in a room of Hotel Sharan Jeet. The local police reached the spot and a person named Arshad, around 24 years old, a resident… pic.twitter.com/xfKg3SdFfW