ପ୍ରମୂଖ ଖବର
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ମଣିପୁରରେ ସୁରକ୍ଷା ବଳ ଓ କୁକି ମହିଳାଙ୍କ ମଧ୍ୟରେ ପୁଣି ସଂଘର୍ଷ, ନୂଆବର୍ଷ ପୂର୍ବରୁ ଉତ୍ତେଜନା ବୃଦ୍ଧି

Published By : Prameya | December 31, 2024 10:58 PM

ନୂଆଦିଲ୍ଲୀ : ମଣିପୁରର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ଦ୍ୱାରା ରାଜ୍ୟରେ ଗତ ପାଖାପାଖି ଦୁଇ ବର୍ଷରୁ ଜାରି ସାଂପ୍ରଦୟିକ ହିଂସା ଉପରେ କ୍ଷମା ମାଗିବା ମଧ୍ୟରେ, ରାଜ୍ୟର କାଙ୍ଗପୋକପି ଜିଲ୍ଲାରେ କୁକି-ଜୋ ମହିଳା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପୁଣି ଥରେ ସଂଘର୍ଷର ଖବର ଆସିଛି। ମଙ୍ଗଳବାର କୁକି ଜୋ ମହିଳାଙ୍କର ଏକ ଦଳ ସୁରକ୍ଷା ବଳ ଉପରେ ଉତ୍ତେଜିତ ହୋଇ ଉଠିଥିଲେ। ଏଥିରେ ସାଂପ୍ରଦାୟିକ ହିଂସାରେ ଜଳୁଥିବା ରାଜ୍ୟରେ ପୁଣି ଥରେ ଉତ୍ତେଜନା ବଢି ଯାଇଛି। 

ପୁଲିସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛି କି ,ଏହି ଘଟଣା ଥମନପୋକପି ନିକଟସ୍ଥ ଉୟୋକଚିଂରେ ହୋଇଛି, ଯେତେବେଳେ ମହିଳାଙ୍କ ଗୋଷ୍ଠୀ ସେନା , ବିଏସଏଫ୍‌ ଓ ସିଆରପିଏଫ୍‌ର ଏକ ମିଳିତ ଟିମର ମୁତୟନକୁ ରୋକିବାକୁ ଚେଷ୍ଟା କରିଥିଲେ। ପୁଲିସ କହିଛି କି , ମିଳିତ ବାହିନୀ ଚେଷ୍ଟା କରି ଉତ୍ତେଜିତ ଗୋଷ୍ଠୀକୁ ଭାଙ୍ଗି ଦେଇଛନ୍ତି ଏବଂ ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ  ଓ ନିୟନ୍ତ୍ରଣରେ ଅଛି। ପୁଲିସ ଅଧିକାରୀଙ୍କ ମୁତାବିକ, ସୁରକ୍ଷାବଳକୁ  ସଂପୃକ୍ତ କ୍ଷେତ୍ରରେ ନିରୀକ୍ଷଣ ରଖିବା ଓ କ୍ଷେତ୍ରରେ କାହାର ମଧ୍ୟ ହଂସାତ୍ମକ ଘଟଣାକୁ ରୋକିବା ପାଇଁ ପାହାଡ଼ର ଶିଖରେ ମଧ୍ୟ ମୁତୟନ କରାଯାଇଛି। 

ଏହି ଉତ୍ତେଜନା ପରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ, ଟ୍ୱିଚିଙ୍ଗର ସାବୋଲ ଗାଁରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ଆହତ ହୋଇଛନ୍ତି, ଯାହା କୁକି-ନିୟନ୍ତ୍ରିତ ପାହାଡ଼ ଓ ମିତେଇ ନେତୃତ୍ୱାଧିନ ଇମ୍ଫାଲ ଘାଟୀ ମଧ୍ୟରେ ବଫର ଜୋନ୍‌ରେ ରହିଛି। ସେ କହିଛନ୍ତି ଯେ, ସ୍ଥାନୀୟ ମହିଳାମାନେ ସୁରକ୍ଷା କର୍ମିଙ୍କ ଦ୍ୱାରା ସାଂପ୍ରଦାୟିକ ବଙ୍କର ଗୁଡ଼ିକର ବଳପୂର୍ବକ କବଜାକୁ ବିରୋଧ କରୁଥିଲେ, ସେତେବେଳେ ସୁରକ୍ଷା ବାହିନୀ ଏହା ଉପରେ ହମଲା କରିଥିଲେ। ଏହାପରେ ମହିଳାମାନେ ମଧ୍ୟ ତାଙ୍କର ଉପରେ ହମଲା କରି ଦେଇ ଥିଲେ। 

ଜଣେ କୁକି ନେତା ଅଭିଯୋଗ କରିଛନ୍ତି କି, ସ୍ଥିତି ଯେତେବେଳେ ଆହୁରି ବିଗିଡ଼ି ଗଲା ଯେବେ ସୁରକ୍ଷାବଳ ବିରୋଧ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବାକୁ ଲୁହ ବୁହା ଗ୍ୟାସର ବ୍ୟବହାର କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.