ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ହରିଆଣା ବିଧାନସଭା ନିର୍ବାଚନ: କଂଗ୍ରେସରେ ଯୋଗ ଦେବେ ସାବିତ୍ରୀ ଜିନ୍ଦଲ!

ଚଣ୍ଡିଗଡ଼,୧୨/୦୯: ହରିଆଣାର ହିସାର  ଆସନରୁ ବିଜେପି ଟିକଟ ନ ମିଳିବା ଯୋଗୁ ଅସନ୍ତୁଷ୍ଟ  ଥିବା ଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ କଂଗ୍ରେସରେ ସାମିଲ ହୋଇପାରନ୍ତି । ବିଜେପି  ଟିକଟ ନ ମିଳିବାରୁ ସେ ପ୍ରଥମେ ସ୍ୱାଧୀନ ଭାବେ  ଲଢ଼ିବେ ବୋଲି ଘୋଷଣା କରିଥିଲେ । ପରେ ଦିଲ୍ଲୀ  ଯାଇ କଂଗ୍ରେସ ସହିତ ଯୋଗାଯୋଗରେ ଆସିଥିବା  ସୂଚନା ମିଳିଛି । କଂଗ୍ରେସର ଟିକଟ ତାଲିକା ବିଳମ୍ବ  ହେବା ପଛରେ ଏହା ମଧ୍ୟ ଏକ କାରଣ ବୋଲି ମନେ  କରାଯାଉଛି । ସାବିତ୍ରୀଙ୍କୁ ହିସାରରୁ କଂଗ୍ରେସ ପକ୍ଷରୁ  ଟିକଟ ମିଳିପାରେ । ଏପରିହେଲେ ତାଙ୍କର ମୁକାବିଲା  ବିଜେପିର କମଲ ଗୁପ୍ତାଙ୍କ ସହିତ ହେବ । 

ହରିଆଣା  ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ୪୬ ଜଣିଆ  ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି । ଦଳୀୟ ସୂତ୍ର ମୁତାବକ ହୁଡ୍ଡାଙ୍କ ଗୋଷ୍ଠୀ ସେଥିମଧ୍ୟରୁ ୨୯ ସମ୍ଭାବିତ ପ୍ରାର୍ଥୀଙ୍କୁ  କଂଗ୍ରେସ ମୁଖ୍ୟାଳୟକୁ ଡକାଇଛନ୍ତି । ଗୁରୁବାର  ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିନ । ସେହିପରି ସୋସିଆଲ୍‌ ମିଡିଆରେ କଂଗ୍ରେସର ସମ୍ଭାବିତ ପ୍ରାର୍ଥୀ ତାଲିକା ମଧ୍ୟ ଭାଇରାଲ୍‌ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.