ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

‘ମୋ କଥା ଶୁଣନ୍ତୁ... ନଚେତ କୋର୍ଟରୁ ବାହାର କରିଦେବି’: ମମତାଙ୍କ ଇସ୍ତଫା ଦାବି କଲେ ବରିଷ୍ଠ ଆଇନଜୀବି, ରାଗିଗଲେ ସିଜେଆଇ

ନୂଆଦିଲ୍ଲୀ,୧୭।୯:  ସୁପ୍ରିମକୋର୍ଟ ମଙ୍ଗଳବାର କୋଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ ଜଣେ ବରିଷ୍ଠ ଓକିଲଙ୍କ ସେହି ଦଲିଲକୁ ଖାରଜ କରିଛନ୍ତି, ଯେଉଁଥିରେ ସେ ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରିଥିଲେ। ଏହି ପ୍ରସଙ୍ଗ ଉପରେ ଶୁଣାଣି ବେଳେ କୋର୍ଟରେ ବିତର୍କ ଦେଖିବାକୁ ମିଳିଥିଲା। ଏପରିକି ବରିଷ୍ଠ ଆଇନଜୀବିଙ୍କ ଉପରେ ସିଜେଆଇ ରାଗିଯାଇ କହିଥିଲେ,ପ୍ରଥମେ ମୋ କଥା ଶୁଣନ୍ତୁ... ନଚେତ କୋର୍ଟରୁ ବାହାର କରିଦେବି।’

ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ କୋର୍ଟ ଆଜି ଦିନର ଶୁଣାଣି ଶେଷ କରିବାକୁ ଯାଉଥିଲେ। ଜଣେ ବରିଷ୍ଠ ଆଇନଜୀବି ମମତାଙ୍କୁ ଇସ୍ତଫା ଦେବାକୁ କୋର୍ଟଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଦାବି କରିଥିଲେ। ଏହା ସହ ଯେ, ଏକ ଅନ୍ତରୀଣ ଆବେଦନ ଦାଖଲ କରିବାକୁ ଚେଷ୍ଟା କରିଥିଲେ। ଏହି ଆବେଦନ ଉପରେ ସିଜେଆଇ ଦେବାକୁ ଦାବି କରିଥି‌ଲେ। ଏହା ଉପରେ ସିଜଆେଇ ଚନ୍ଦ୍ରଚୂଡ ଅସନ୍ତୋଷ ପ୍ରକାଶ କରିବା ସହ କହିଥିଲେ, ଗୋଟେ ସେକେଣ୍ଡ, ଆପଣ କାହା ପାଇଁ ଲଢୁଛନ୍ତି ? ଏହା କୌଣସି ରାଜନୈତିକ ମଞ୍ଚ ନୁହେଁ। ଆପଣ ବାର୍‌ର ସଦସ୍ୟ। ଭଲ ଭାବରେ ଶୁଣି ରଖନ୍ତୁ, ଯାହା କହୁଛନ୍ତି ତାହା ଆଇନଗତ ଅନୁଶାସନ ନିୟମ ଅନୁସାରେ ହେବା ଦରକା। ଆମେ ଏଠାରେ ରାଜନୈତିକ ନେତାଙ୍କ ବିଷୟରେ ଶୁଣିବାକୁ ନାହୁଁ।’

ସିଜେଆଇ କହିଥିଲେ କୋର୍ଟର ଧ୍ୟାନ କୋଲକାତାରେ ପ୍ରଦର୍ଶନରତ ଜୁନିଅର ଡାକ୍ତରଙ୍କ ସମସ୍ୟା ଉପରେ ରହିଛି। ଯଦି ଆପଣ ମୋତେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦେବାକୁ କହୁଛନ୍ତି... ତେବେ ଏହା ଆମର ଅଧିକାର କ୍ଷେତ୍ରର ଅଂଶ ନୁହେଁ।’ ଚେତାବନୀ ଦେବା ଅନ୍ଦାଜରେ ସିଜେଆଇ କହିଥିଲେ, ପ୍ରଥମେ ମୋ କଥା ଶୁଣନ୍ତୁ, ନଚେତ ମୁଁ ଆପଣଙ୍କୁ କୋର୍ଟରୁ ବାହାର କରିଦେବି।’ ଉଲ୍ଲେଖନୀୟ ଯେ, ପଶ୍ଚିମବଙ୍ଗ ଜୁନିଅର ଡାକ୍ତରଙ୍କ ଫୋରମ୍ ଏହା ସ୍ପଷ୍ଟ କରିଛି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗୁ ନାହାନ୍ତି, ବଂର ନିଜର ୫ଟି ଦାବିକୁ ଲାଗୁ କରିବାକୁ ଦାବି କରୁଛ୍ତି। ସୁପ୍ରିମକୋର୍ଯ ଏହି ମାମଲାର ତଦନ୍ତ ଓ ଅପଡେଟ୍ ଉପରେ ଚର୍ଚ୍ଚା କରିଛନ୍ତି। ଏହାସହ ସିବିଆଇ ୨୪ ସେପ୍ଟେମ୍ବର ସୁଦ୍ଧା ତାଜା ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.