ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆତିଶୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଅଡ଼ୁଆରେ ଆପ୍‌ ସାଂସଦ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ରାଜନୈତିକ ହଟଚମଟ ଜାରି ରହିଛି । ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ମନ୍ତ୍ରୀ ଆତିଶୀଙ୍କୁ ବାଛିଛନ୍ତି କେଜ୍ରିଓ୍ବାଲ । ତାଙ୍କ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ତେବେ ଆତିଶୀଙ୍କୁ ନିଜର ଉତ୍ତରାଧିକାରୀ ଭାବରେ କେଜ୍ରିଓ୍ବାଲ ଚୟନ କରିବା ପରେ ଆପ୍‌ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 

ଆତିଶୀଙ୍କ ବିରୋଧରେ ମନ୍ତ୍ରବ୍ୟ ଦେଇ ଏବେ ଅଡ଼ୁଆରେ ସ୍ବାତୀ । ସ୍ବାତୀଙ୍କ ଇସ୍ତଫା ଦାବି କରିଛି ତାଙ୍କର ନିଜ ଦଳ ଆମ ଆଦମୀ ପାର୍ଟି (ଆପ୍‌) । ଆପ୍‌ ପାଖରୁ ରାଜ୍ୟସଭା ଯାଇଥିବା ସ୍ବାତୀ ମାଲିଓ୍ବାଲର ବିଜେପିର ସ୍କ୍ରିପ୍ଟ ପଢ଼ୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆପ୍‌ର ବରିଷ୍ଠ ନେତା ଦିଲ୍ଲୀପ ପାଣ୍ଡେ ।  ଏହା ସହ ସେ ସ୍ବାତୀଙ୍କ ଇସ୍ତଫା ଦାବି କରିଛନ୍ତି ।  ଏପରିକି ବିଜେପି ଟିକେଟରୁ ରାଜ୍ୟସଭା ଯିବାକୁ ସ୍ବାତୀ ମାଲିଓ୍ବାଲଙ୍କୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀପ ପାଣ୍ଡେ । 

ପୂର୍ବରୁ କେଜ୍ରିଓ୍ବାଲଙ୍କ ପୂର୍ବତନ ସହାୟକ ବିଭବ କୁମାର ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ସ୍ବାତୀ ମାଲିଓ୍ବାଲ । ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଏବଂ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ଏବଂ ଆପ ମଧ୍ୟରେ ତୁତୁମେଁମେଁ ଲାଗିରହିଛି । ଏହା ପୂର୍ବରୁ ଆଜି ଆତିଶୀଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯିବା ପରେ ତାଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ସ୍ବାତୀ ମାଲିଓ୍ବାଲ । 

ଦିଲ୍ଲୀ ପାଇଁ ଏହା ଏକ ଅଶୁଭ ଦିନ ବୋଲି କହିଥିଲେ ସ୍ବାତୀ । ସେ ଦାବି କରିଥିଲେ ଯେ, ଆତିଶୀଙ୍କ ପରିବାର ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀ ପାଇବାରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଅଫଜଲ ଗୁରୁକୁ ବଞ୍ଚାଇବାକୁ ଆତିଶୀଙ୍କ ପରିବାର ଲୋକେ ରାଷ୍ଟ୍ରପତିଙ୍କ ନିକଟରେ ‘ଦୟା ନିବେଦନ’ କରିଥିଲେ । ଏକ ଅନଲାଇନ ପୋଷ୍ଟ ମାଧ୍ୟମରେ ଆତିଶୀଙ୍କୁ ‘ଡମି ମୁଖ୍ୟମନ୍ତ୍ରୀ’ କହିବା ସହ ଏବେ ଦିଲ୍ଳୀକୁ ଭଗବାନ ଭରସା ବୋଲି କହିଛନ୍ତି ସ୍ବାତୀ । ସେପଟେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତିଶୀ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.