ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଉଡ଼ାଣ ଭରିବା ବେଳେ ଟେଲ୍‌ ଷ୍ଟ୍ରାଇକ୍‌ର ସମ୍ମୁଖୀନ ହେଲା ବିମାନ, ପାଇଲଟ୍‌ ନିଲମ୍ବିତ

Image Courtesy: Social Media

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ବେଙ୍ଗାଲୁରୁକୁ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋର ଏକ ବିମାନର ଟେଲ  ଷ୍ଟ୍ରାଇକ୍‌ (ବିମାନ ପଛଭାଗ ରନଓ୍ବେରେ ଘଷି ହୋଇଯିବା) ହୋଇଛି । ଏହି ଘଟଣା ସେପ୍ଟେମ୍ବର ୯ରେ ହୋଇଥିବା କୁହାଯାଉଛି । ଟେଲ୍‌ ଷ୍ଟ୍ରାଇକ୍‌ ସଂପର୍କରେ ସୂଚନା ମିଳିବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ ବିମାନର ଉଡ଼ାଣ ବାତିଲ କରିଛନ୍ତି । ଏହା ସହ ବିମାନର ପାଇଲଟଙ୍କୁ ନିଲମ୍ବିତ କରିଛନ୍ତି । ମାମଲାର ଛାନଭିନ ଲାଗି ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ଏୟାର ଲାଇନର ଫ୍ଲାଇଟ୍‌ 6E-6054 ଆଇଜିଆଇ ଏୟାରପୋର୍ଟରୁ ସେପ୍ଟେମ୍ବର ୯ ତାରିଖ ଦିନ ୩.୪୦ରେ ବେଙ୍ଗାଲୁରୁ ପାଇଁ ଉଡ଼ାଣ ଭରୁଥିଲା ।  ଉଡ଼ାଣ ଭରିବା ସମୟରେ ଏୟାରବସ୍ ଏ-୩୨୧ ଟେଲ ଷ୍ଟ୍ରାଇକ୍‌ର ସମ୍ମୁଖୀନ ହୋଇଥିଲା । ଏହା ପରେ ବିମାନଟିକୁ ପୁନଃ ଲ୍ୟାଣ୍ଡିଂ କରାଯାଇଥିଲା । ଏନେଇ ସୂଚନା ମିଳିବା ପରେ ଡିଜିସିଏ ବିମାନ ସମେତ ପାଇଲଟଙ୍କୁ ନିଲମ୍ବିତ କରିଛନ୍ତି । ଏହା ସହ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଡିଜିସିଏ । 

ସୂଚନାଯୋଗ୍ୟ, ଗତବର୍ଷ ଇଣ୍ଡିଗୋର ଏକ ବିମାନ ଅହମ୍ମଦାବାଦରେ ଟେଲ୍‌ ଷ୍ଟ୍ରାଇକ୍‌ର ସମ୍ମୁଖୀନ ହୋଇଥିଲା । ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଜିସିଏ ବିମାନର ପାଇଲଟଙ୍କୁ ୩ ମାସ ପର୍ଯ୍ୟନ୍ତ ସସପେଣ୍ଡ କରିଥିଲେ । ଏହା ସହ ଇଣ୍ଡିଗୋ ଏୟାର ଲାଇନ୍‌ ଉପରା ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ ଡିଜିସିଏ । ଗତବର୍ଷ ଟେଲ୍‌ ଷ୍ଟ୍ରାଇକର ସମ୍ମୁଖୀନ ହୋଇଥିବା ବିମାନ ଏୟାରବସ୍‌ ୩୨୧ ଥିଲା । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.