ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କଲେ ବିରୋଧୀ ଗୋଷ୍ଠୀ

ସାଲେପୁର ୦୧/୬ : ସାଲେପୁରରେ ନିର୍ବାଚନୀ ହିଂସା । ସାଲେପୁର ନିର୍ବାଚନ ମଣ୍ଡଳୀ ମାଳଶାସନ ପଞ୍ଚାୟତ ଅନ୍ତର୍ଗତ ମାଳଶାସନ ବିଦ୍ୟାଳୟର ୧୮୪ ଓ ୧୮୫ ବୁଥ୍‌ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଜଣେ ବିଜେପିକର୍ମୀ ଆହତ ହୋଇଛନ୍ତି। ଗଣ୍ଡଗୋଳ ପରେ‌ ଘଟଣାସ୍ଥଳରେ ଚାପାଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ମୁତାବିକ, ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ସାଲେପୁରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।  ସାଲେପୁର ନିର୍ବାଚନ ମଣ୍ଡଳୀ ମାଳଶାସନ ପଞ୍ଚାୟତର ମାଳଶାସନ ବିଦ୍ୟାଳୟର ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସା ଦେଖାଦେଇଛି l ମଳଶାସନ ବୁଥରେ ମତଦାନ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖି ବିଜେପି ଏଜେଣ୍ଟ ପ୍ରତିବାଦ କରିଥିଲେ । ଯାହାଫଳରେ ଅନ୍ୟ ଗୋଷ୍ଠୀର ଲୋକମାନେ ସଂଘବଧ ଭାବେ ଆକ୍ରମଣ କରିଥିଲେ । ପନିକି ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣ ଶିକାର ହୋଇଛନ୍ତି ଅଭିଷେକ ପଣ୍ଡା ଓ ଏଜେଣ୍ଟ ସଞ୍ଜୟ ରାଉତ ରକ୍ତାକ୍ତ ହୋଇଛନ୍ତି  । ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.