ରାଉରକେଲା, ୬।୨ : ମାଲବାହୀ ଟ୍ରେନ ବସ୍ତିକୁ ମାଡ଼ିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସହ ୫ ଜଣ ନିଲମ୍ବିତ। ଷ୍ଟେସନ ମ୍ୟାନେଜର ପି.କେ ଦାସ, ମାଲଗାଡି ଚାଳକ, ଗାର୍ଡଙ୍କ ସହ ଦୁଇ ସନଟିଙ୍ଗ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦାୟିତ୍ବରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ତିନିଜଣିଆ କମିଟି ଘଟଣାର ତଦନ୍ତ କରୁଛି ।
ବୁଧବାର ସକାଳେ ରେଳବାଇ ପାର୍ଶଲ ୟାଡ଼ରେ ମାଲ ଅନଲୋଡ଼ କରି ମାଲବାହୀ ଟ୍ରେନ ପଛକୁ କରୁଥିଲା। ଏହି ସମୟରେ ଟ୍ରେନଟି ପିଚୁରୋଡ଼ର ଅତିକ୍ରମ କରି ରହି ଯାଇଥିଲା। ଆଉ ଯଦି ଟିକିଏ ପଛକୁ ଯାଇଥାନ୍ତା ତେବେ ଜନବସତି ଉପରକୁ ମାଡିଯାଇଥାନ୍ତା। ତେବେ ମାଲବାହି ଟ୍ରେନ ଧକ୍କାରେ ଅଟୋ, ସାଇକଲ ଭାଙ୍ଗି ଚୁରମାର ହୋଇଥିଲା। ଘଟଣା ଘଟିବା ପରେ ଘଟଣା ସ୍ଥଳରୁ ମାଲଗାଡ଼ୀ ଚାଳକ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ରେଳ କର୍ମଚାରୀ ,ଅଧିକାରୀଙ୍କ ସହ ଏଆରଏମ୍ ପହଞ୍ଚିଥିଲେ । ପରେ ଉଦ୍ଧାର ଟିମ ମାଲଗାଡ଼ୀର ୱାଗନକୁ ଘଟଣା ସ୍ଥଳର ଟାଣି ନେବା ପରେ ରାସ୍ତା ଅବରୋଧ ହଟିଥିଲା।