ନୂଆଦିଲ୍ଲୀ: ୟୁରୋପର ମହାକାଶ କାର୍ଯ୍ୟକ୍ରମକୁ ଏକ ବଡ଼ ଝଟକା ଲାଗିଛି । ରବିବାର ନରୱେରେ ଉଡ଼ାଣ ଭରିବାର ମାତ୍ର ୪୦ ସେକେଣ୍ଡ ପରେ ରକେଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ରକେଟଟି ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁସାରେ, ଏହି ରକେଟ୍ ୟୁରୋପରୁ ସାଟେଲାଇଟ୍ ପ୍ରକ୍ଷେପଣକୁ ତ୍ୱରାନ୍ୱିତ କରିବା ପାଇଁ ବିକଶିତ କରାଯାଇଥିଲା। କିନ୍ତୁ, ଉଡ଼ାଣ ଭରିବା ପରେ ଏହା ତଳେ ଖସିପଡ଼ିଥିଲା ଏବଂ ବିସ୍ଫୋରଣ ଘଟିଥିଲା। ଜର୍ମାନ ଷ୍ଟାର୍ଟଅପ୍ ଇସାର ଏରୋସ୍ପେସ୍ ଏହାକୁ ଏକ ପ୍ରାରମ୍ଭିକ ପରୀକ୍ଷଣ ବୋଲି କହିଛି।
ରିପୋର୍ଟ ଅନୁଯାୟୀ, ସ୍ପେକ୍ଟ୍ରମ୍ ରକେଟ୍ ୟୁରୋପରୁ ଉତକ୍ଷେପଣ ହୋଇଥିଲା । ଇସାର ଏରୋସ୍ପେସ୍ କହିଥିଲା ଯେ, ପ୍ରାରମ୍ଭିକ ଲଞ୍ଚ ଆଶା କରାଯାଇଥିବା ସମୟଠାରୁ ଶୀଘ୍ର ଶେଷ ହୋଇପାରେ। ରକେଟ୍ ବିସ୍ଫୋରଣ ହୋଇଯିବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । ଯାହା ଭବିଷ୍ୟତ ମିଶନ ପାଇଁ ଉପଯୋଗୀ ହେବ।
ପ୍ରତ୍ୟେକ ଉଡ଼ାଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମକୁ ତଥ୍ୟ ଏବଂ ଅଭିଜ୍ଞତା ପ୍ରଦାନ କରେ। ୩୦ ସେକେଣ୍ଡର ଉଡ଼ାଣ ମଧ୍ୟ ଆମ ପାଇଁ ଏକ ବଡ଼ ସଫଳତା ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ଇସାର ଏରୋସ୍ପେସର ସହ-ପ୍ରତିଷ୍ଠାତା ଏବଂ ସିଇଓ ଡାନିଏଲ୍ ମେଟଜଲର କହିଛନ୍ତି, କମ୍ପାନି ଏହି ପରୀକ୍ଷଣ ମାଧ୍ୟମରେ କକ୍ଷପଥରେ ପହଞ୍ଚିବ ବୋଲି ଆଶା କରିନଥିଲା। ନରୱେର ଆର୍କଟିକ୍ ଆଣ୍ଡୋୟା ସ୍ପେସପୋର୍ଟରୁ ଉତକ୍ଷେପଣ କରାଯାଇଥିବା ସ୍ପେକ୍ଟ୍ରମ୍ ରକେଟ୍ ଛୋଟ ଏବଂ ମଧ୍ୟମ ଆକାରର ସ୍ୟାଟେଲାଇଟ୍ (ଏକ ମେଟ୍ରିକ୍ ଟନ୍ ଓଜନ) । ଏହି ପ୍ରଥମ ପରୀକ୍ଷଣ ଉଡ଼ାଣରେ କୌଣସି ପେଲୋଡ୍ ନଥିଲା।