ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଜଙ୍ଗଲରେ ବୃକ୍ଷ ରୋପଣକୁ ବିରୋଧ କରି ରାସ୍ତାରୋକ

Published By : Prameya | March 24, 2025 7:46 PM

ଚନ୍ଦାହାଣ୍ଡି ୨୪/୦୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ମୋହରା ବନମଣ୍ଡଳ ଅଧିନ ଦେଓବନ୍ଦ ଭତାଝର  ଜଙ୍ଗଲରେ ବନବିଭାଗ ତରଫରୁ ହେଉଥିବା ବୃକ୍ଷ ରୋପଣକୁ ବିରୋଧ କରାଯାଇଛି l ସମାଜସେବୀ ଘନଶ୍ୟାମ ମାଝିଙ୍କ ନେତୃତ୍ୱରେ ୫୦ରୁ ଅଧିକ ଲୋକ ଦେଓବନ୍ଦ ଠାରେ ଆଜି ଚନ୍ଦାହାଣ୍ଡି ଉମରକୋଟ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ l ତେବେ ରାସ୍ତାରୋକ ପାଇଁ ଚନ୍ଦାହାଣ୍ଡି ଠାରୁ ଉମରକୋଟ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ସାଧାରଣ ଯାତ୍ରୀ ମାନେ ହଇରାଣ ହୋଇଥିଲେ l ଘଟଣାସ୍ଥଳକୁ ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଫରେଷ୍ଟର ବିପିନ ହରିଜନ, ଫରେଷ୍ଟ ଗାର୍ଡ ବିବିତା ବିଶୋଇ ଏବଂ ସମସ୍ତ ଫରେଷ୍ଟ କର୍ମଚାରୀ   ସମେତ  ଚନ୍ଦାହାଣ୍ଡି ଭାରପ୍ରାପ୍ତ ଥାନା ଅଧିକାରୀ ଏବଂ ପୋଲିସ ବଳ ସେଠାକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା । 

ଜଙ୍ଗଲର ପଦା ପଡ଼ିଥିବା ସ୍ଥାନରେ ବୃକ୍ଷ ରୋପଣ କରି ଜଙ୍ଗଲର ସୋନ୍ଦର୍ଯ୍ୟ ବୃଦ୍ଧି କରିବାକୁ ବନ ବିଭାଗ ଚାହୁଁଥିବା ବେଳେ, ଜଙ୍ଗଲ ଜମି ଚାଷ ନାମରେ ଏହାକୁ ବିରୋଧ କରି ରାସ୍ତାରୋକ କରୁଥିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଜଙ୍ଗଲରେ ଖାଲି ପଡିଥିବା ସ୍ଥାନରେ ବୃକ୍ଷ ରୋପଣ କରି ଜଙ୍ଗଲ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି l ବୃକ୍ଷ ରୋପଣକୁ ବିରୋଧ କରି ରାସ୍ତାରୋକ କରିଥିବା ଲୋକଙ୍କ ନାମରେ ଥାନାରେ  ଅଭିଯୋଗ ଦିଆଯାଇଥିବା ନେଇ ଚନ୍ଦାହାଣ୍ଡି ଫରେଷ୍ଟର ବିବିନ ହରିଜନ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଆଗାମୀ ଦିନରେ ବନବିଭାଗ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ମିଳିତ ବୈଠକ ବସିବ ଏବଂ ସମସ୍ୟାର ସମାଧାନର ଦିଗ ବାହାରିବ ବୋଲି ସୂଚନା ମିଳିଛି ।                                       

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.