ଗାନ୍ଧୀନଗର,୦୯/୦୨: ଗୁଜୁରାଟ ଅହମ୍ମଦାବାଦ ବନାସାକାଣ୍ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଲଟିଲା ହାଇୱା ଚାଲିଗଲା ୪ଜଣଙ୍କ ଜୀବନ । ଏନଏଚ ଉପରେ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ଓଲଟି ପଡିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ଦିନମଜୁରିଆ ହୋଇଥିବା ଜଣାପଡିଛି ।
ଏକ ବାଲି ବୋଝେଇ ଟ୍ରକ ବନାସାକାଣ୍ଠା ରାସ୍ତା କଡ଼କୁ ଓଲଟି ପାଡିଥିଲା । ସେଠାରେ କାମ କରୁଥିବା କିଛି ଦିନ ମଜୁରିଆ ଟ୍ରକ ତଳେ ଚାପି ହୋଇଥିଲେ । ସମସ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୪ ଜଣଙ୍କର ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ଶିଶୁ ଥିବା ଜଣାପଡିଛି । ମୃତ ୪ ଜଣ ହେଲେ ରେଣୁକାବେନ ଗାନାୱା (୨୪), ସୋନାଲବେନ ନିନାମା(୨୨), ଇଲାବେନ ଭାବୋର(୪୦), ରୁଦ୍ର (୨) ।
ଏହା ବି ପଢନ୍ତୁ...ମେଳା ଦେଖି ବାଇକରେ ଘରକୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୩ ଯୁବକଙ୍କ ଜୀବନ
ଡେପୁଟି ପୋଲିସ ସୁପରିଟେଣ୍ଡଣ୍ଟ ଏସଏମ ଭାର୍ତୋରିୟା କହିଛନ୍ତି, ଭାରସାମ୍ୟା ହରାଇ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା । ସେଠାରେ ରାସ୍ତା କାମ କରୁଥିବା ଶ୍ରମିକ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଦୀର୍ଘ ୨ ଘଣ୍ଟା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଣେ ଶିଶୁ ରହିଛନ୍ତି । ସମସ୍ତଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଗୁଜୁରାଟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ଫେବୃଆରୀ ୨ ତାରିଖରେ ସାପୁତାରା ହିଲ ଷ୍ଟେସନରେ ଏକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।