ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମତ୍ସ୍ୟଜୀବୀଙ୍କୁ ବର୍ଷା ଦିନେ ରୋଜଗାର ଯୋଗାଉଛି ନଦୀ ମାଛ

ଚନ୍ଦାହାଣ୍ଡି,୨୧।୭ -ନବରଙ୍ଗପୁର ଜିଲ୍ଲା   ଚନ୍ଦାହାଣ୍ଡି  ବ୍ଲକରେ  ବର୍ଷା ଦିନେ  ବରୀ, ନଦୀ  ତେଲ ଏବଂ    ଭଣ୍ଡାରନଦୀ  ବନ୍ୟା ପାଣିରେ ଆସୁଥିବା ମାଛ  ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଯୋଗାଉଛି ରୋଜଗାର  l ଏଥିରୁ ଦୈନିକ ମତ୍ସ୍ୟଜୀବୀମାନେ  ୩୦ ରୁ ୪୦ କେଜି ମାଛ ମାରି  ବଜାରରେ ବିକ୍ରୟ କରି ବେଶ ଦ୍ବି ପଇସା ରୋଜଗାର କରୁଥିବା ନେଇ ସେମାନେ ପ୍ରକାଶ କରିଛନ୍ତି l  ଏହି ତିନୋଟି ନଦୀରେ ପ୍ରଶାସନ    ଜଳସେଚନ  ପ୍ରକଳ୍ପ ନିର୍ମାଣ କଲେ  ଚାଷୀଙ୍କୁ  ଜଳସେଚନ ପାଇଁ  ପାଣି ମିଳିବା ସହ ଭଲ ମାଛ ଉତ୍ପାଦନ ହୋଇ ପାରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି l   ଏହା ଛଡା ମତ୍ସ୍ୟ ବିଭାଗ    ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ମତ୍ସ୍ୟଜୀବୀଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରିବା ସହ ମତ୍ସ୍ୟ ଉପକରଣ ଯୋଗାଇ ଦେବା ସକାଶେ  ଦାବୀ କରାଯାଇଛି l

 ଚନ୍ଦାହାଣ୍ଡି  ବ୍ଲକରେ   ତେଲ, ବରୀ, ଏବଂ ଭଣ୍ଡାର ନଦୀ ପରି  ବଡ଼ ନଦୀ ଏଠାରେ ପ୍ରବାହିତ ହେଉଛି l  ଏଥିରେ  ବର୍ଷା ଦିନରେ   ବିଛିଲି, ସେରନା, ବଳିଆ, କାଳିଗୁରସ, ପୋଆଁ ପରି  ସୁସ୍ୱାଦୁ ମାଛ ପ୍ରବଳ ମାତ୍ରାରେ ଆସି ଥାନ୍ତି l ଗ୍ରୀଷ୍ମ ଋତୁରେ ନଦୀ ଶୁଖିଲା ଥିବାରୁ ଏଠାରେ  ପୋଖରୀ  ରୋହି, ଭାକୁର, ମିରକାଳ ମାଛ ଉପରେ ଲୋକେ ଭରସା କରୁଥିବା ସହ  ବର୍ଷା ଦିନ ନଦୀ ବନ୍ୟା ପାଣିରେ ଆସୁଥିବା  ସୁସ୍ୱାଦୁ ବିଛିଲି, କୋକେଡ଼ ଏବଂ କାଳିରସ ମାଛକୁ ଅନେଇ ବସିଥାନ୍ତି l  ବିଛିଲି ମାଛ   ଗୋଟିଏ  ୨୦୦ ଗ୍ରାମର ଓଜନ ରହି ଥିବା ବେଳେ କାଳିଗୁରସ  ଭାକୁର ମାଛ ପରି ୨ ରୁ ୯ କେଜି ପ୍ରଯ୍ୟନ୍ତ ଓଜନ ରହି ଥାଏ ବୋଲି ମତ୍ସ୍ୟଜୀବୀ ବିକ୍ରମ କେଉଟ ପ୍ରକାଶ କରିଛନ୍ତି l   ବର୍ତ୍ତମାନ ବଜାରରେ ମାଛ କେଜି ପ୍ରତି ୨୦୦ ଟଙ୍କା  ରହିଥିବା ସେ ପ୍ରକାଶ କରିଛନ୍ତି l   ଯଦି ପ୍ରଶାସନ   ଉପଯୁକ୍ତ ତାଲିମ୍ ପ୍ରଦାନ ସହ ମତ୍ସ୍ୟ ଉପକରଣ ଯୋଗାଇ ଦିଏ ତାହେଲେ ସେମାନେ  ବର୍ଷାଦିନ ବନ୍ୟା ପାଣି ରେ ଅଧିକ ମାଛ ମାରି ପାରିବେ ବୋଲି ପ୍ରକାଶ କରିଛନ୍ତି l ବରୀ, ନଦୀ ଚିର ସ୍ରୋତା ରହି ଥିବା ସତ୍ୱେ  ଏଠାରେ ପ୍ରଶାସନ ଡ୍ୟାମ ନିର୍ମାଣ ନ ହେବା ଫଳରେ  ଏଠାରେ ମତ୍ସ୍ୟ ଉତ୍ପାଦନ ହୋଇ ପାରୁ ନାହିଁ l ଏହା ଛଡା ୮୦ ଦଶକ ରେ ନିର୍ମିତ ଭଣ୍ଡାରନଦୀ ଫୁଲ ଝରି ସେତୁ   ପ୍ରଶାସନର ଦୃଷ୍ଟି ଅଭାବରେ  ଏଠାରେ ଚାଷୀ ଙ୍କୁ ଜଳସେଚନ ପାଣି ନ ମିଳିବା ସହ  ମାଛ ରହି ପାରୁନାହିଁ l ଯାହା ଫଳ ରେ ଓଡିଶା ସରକାର ରାଜସ୍ୱ ହରାଇ ବସୁଛି l  

ଗୋଟିଏ ପଟେ ପଡୋଶୀ ଛତିଶଗଡ଼ ରାଜ୍ୟ  ନିଜ ଅଞ୍ଚଳ ର ଛୋଟ ନଦୀ ରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରି  ନିଜ ରାଜ୍ୟ ଚାଷୀ ଙ୍କୁ ଜଳସେଚନ ପାଇଁ ପାଣି ଯୋଗାଇବା ସହ  ବର୍ଷକୁ କୋଟିଏ ଟଙ୍କାର ମାଛ ଉତ୍ପାଦନ କରି ପାରୁଛି l  l ଏ ବାବଦରେ ଚନ୍ଦାହାଣ୍ଡି ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ଭାବଗ୍ରାହୀ ନାୟକଙ୍କୁ ପଚାରିବାରୁ ଖୁବ ଶୀଘ୍ର ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଉପକରଣ ଯୋଗାଇ ଦେବା ସହ ଉପଯୁକ୍ତ ତାଲିମ୍ ପ୍ରଦାନ କରିବାର ବ୍ୟବସ୍ଥା କରିବେ ବୋଲି ସେ ପ୍ରକାଶ କରିଛନ୍ତି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.