ଚନ୍ଦାହାଣ୍ଡି,୫।୯ : ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ଚନ୍ଦା ହାଣ୍ଡି ବ୍ଲକର ଗୁରୁଜନଙ୍କୁ ଡ଼ାକି ଗୁରୁଦିବସ ପାଳନ କରାଯାଇଥିଲା। ଶାଖା ପ୍ରବନ୍ଧକ ସୁରଜ ହଲଦାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କିଶୋର କୁମାର ଖମାରୀ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ଦାସ, ସମ୍ମାନୀତ ଅତିଥି ପାନାବେଡା ମହା ବିଦ୍ୟାଳୟ ଅଧ୍ୟକ୍ଷ ସୁମନ୍ତ କୁମାର କୁଣ୍ଡୁ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପଦୁ ଲୋଚନ ସାହୁ, ଏବଂ ବିଶ୍ଵ ରଞ୍ଜନ ପଣ୍ଡା ଯୋଗ ଦେଇଥିଲେ।
ଗୁରୁ ଶିଷ୍ୟ ସମ୍ପର୍କ ପବିତ୍ର ସମ୍ପର୍କ। ବାପା ମାଆ ଜନ୍ମ କରନ୍ତି ଗୁରୁ ଜୀବନ ଦିଅନ୍ତି। ଅଜ୍ଞାନରୁ ଜ୍ଞାନକୁ ଯିଏ ବାଟ ଦେଖାନ୍ତି ସେହି ଗୁରୁ। ଆଜି ସଭ୍ୟତା ସହିତ ସମୟ ବଦଳୁଛି। ଗୁରୁ ପରମ୍ପରା ସାମାନ୍ୟ କମିବାରେ ଲାଗୁଛି। ଗୁରୁଙ୍କ ଅବଦାନ ଆମ ଜୀବନରେ ପ୍ରଭାବିତ କରିଛି। ସଂସ୍କାର ସହିତ ଚରିତ୍ର ନିର୍ମାଣର ଆବଶ୍ୟକ ଅଛି ବୋଲି ଅତିଥିମାନେ କହିଥିଲେ। ଗୁରୁଙ୍କ ପାଇଁ ଏହି ପଦବୀ ପର୍ଯ୍ୟନ୍ତ ପହଂଚି ପାରିଛି ।ସେଥିପାଇଁ ଏହି ଆୟୋଜନ ବୋଲି ମ୍ୟାନେଜର କହିଥିଲେ।
ଏହି ଅବସରରେ ମ୍ୟାନେଜର ସମସ୍ତ ଗୁରୁଙ୍କୁ ଉପହାର ଦେଇଥିଲେ। ତେବେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ହେତୁ ଶିକ୍ଷୟିତ୍ରୀ ନାଜରାନା ପର୍ବିନ୍, ମଙ୍ଗଳ ସିଂ ମାଝୀ, ଘନ ଶ୍ୟାମ ଗୌଡ ଏବଂ ଗୁରୁ ସୁମନ୍ତ କୁମାର କୁଣ୍ଡୁଙ୍କୁ ଉପ ଢୌକନ ଦେଇ ସମ୍ବର୍ଦ୍ଧତ କରିଥିବା ବେଳେ ଷାଠିଏ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନ୍ ଓ ଡାଇରୀ ଦେଇ ସମ୍ମାନିତ କରିଥିଲେ।
ଏହି କାର୍ଯ୍ଯ କ୍ରମ କୁ ସାହିତ୍ୟ ଘର ସଂପାଦକ ଡକ୍ଟର ସନ୍ତୋଷ କୁମାର ଖମାରୀ ପରି ଚାଳନା କରିଥିବା ବେଳେ ତିରନ୍ ସିଂ ପୂଝାରୀ, ପ୍ରସନ୍ନ କୁମର ନାୟକ, ଲକ୍ଷ୍ମଣ ନାୟକ, ସୁରେଶ ସାହୁ, ଚନ୍ଦ୍ର ମଣି ସାମଲ, ପ୍ରେମ୍ ଚାନ୍ଦ ବିଶି, ସୁଷମା ଦାସ, ବିଦ୍ୟୁତ୍ ପ୍ରଭା କଚିମ,ବିଘ୍ନେ ସ୍ୱର ଅଚାରି, ଘାସି ରାମ ଗୌଡ, ଅନିରୁଦ୍ଧ ଦଳେଇ, ତ୍ରିବିକ୍ରମ ହଂସ ପ୍ରମୁଖ ସହ ଯୋଗ କରି ଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଚନ୍ଦ୍ର ଧ୍ଵଜ ଡଙ୍ଗରି ଧନ୍ୟବାଦ ଅର୍ପଣ କରିଥିଲେ।