ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସ୍ତ୍ରୀ ଶବ ସତ୍କାର କରିବାକୁ ଯାଇ ମହୁମାଛି ଆକ୍ରମଣରେ ସ୍ୱାମୀ ଗୁରୁତର

ଚନ୍ଦାହାଣ୍ଡି ୧୩/୦୯ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୋଇଲିମୁଣ୍ଡା ପଞ୍ଚାୟତ ଅଧିନ ଝୁଲେନବର ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଶବ ସତ୍କାର କରିବାକୁ ଶ୍ମଶାନକୁ ଯାଇ ମହୁ ମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ କରାଯାଉଥିବା ଡାକ୍ତର ମନୀଷ କୁମାର ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ୫୬ ବର୍ଷିୟ ସଦାନନ୍ଦ ବାଗ l  ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ପୁରୋହିତ ସୂଚନା ଦେଇଛନ୍ତି l  ସଦାନନ୍ଦଙ୍କ ବ୍ୟତୀତ ଶବ ସତ୍କାର କରିବା ପାଇଁ ଯାଇ ଥିବା  ହେମନ୍ତ ନାଗ, ଯୁଧେଷ୍ଟି ବଗର୍ତ୍ତୀଙ୍କ ସମେତ ଅନ୍ୟ ମାନେ ସାମାନ୍ୟ ଆହତ ହୋଇ ଥିବା ନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି ।  

ସୂଚନା ମୁତାବକ ସଦାନନ୍ଦ ବାଗଙ୍କ ସ୍ତ୍ରୀ ସୁମତୀ ବାଗ ଦୀର୍ଘ ଦିନ ହେବ ଅସୁସ୍ଥ ରହିଥିଲେ । ତେବେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ସୁମତୀଙ୍କ ଶବ ସତ୍କାର ପାଇଁ ପରିବାର ଲୋକଙ୍କ ସମେତ ଗ୍ରାମର ବନ୍ଧୁ ବାନ୍ଧବ ମାନେ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ । ଶବକୁ କବର ଦେବା ପାଇଁ ଗାତ ଖୋଲୁ ଥିବା ସମୟରେ ସେଠାରେ ଥିବା ମହୁ ଫେଣାରୁ ହଠାତ୍ ମହୁ ମାଛି ସମସ୍ତଙ୍କୁ ଆକ୍ରମଣ କରିବାରୁ ଶବକୁ ଛାଡି ପ୍ରାଣ ବିକଳରେ ଯିଏ ଯୁଆଡେ ଦୌଡ଼ି ପଳାଇଥିଲେ  l ସଦାନନ୍ଦ ସ୍ତ୍ରୀର ଶବ ପାଖରେ ରହି ଥିବାରୁ ତାଙ୍କୁ ମହୁ ମାଛି ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡିଥିଲେ l ତାଙ୍କୁ ସେଠାରୁ ଉଧାର କରି ପରିବାର ଲୋକେ 108 ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତୀ କରି ଥିଲେ l ଡାକ୍ତର ମନୀଷ କୁମାର ପୁରୋହିତଙ୍କ ଦ୍ୱାରା ଚିକିତ୍ସା ପରେ ସଦାନନ୍ଦ ସୁସ୍ଥ ହୋଇ ଘରକୁ ଫେରି ଥିଲେ l ମହୁମାଛି ଆକ୍ରମଣ ଭୟରେ ଶବ ୩ ଘଣ୍ଟା ଶ୍ମଶାନରେ ପଡି ରହିଥିଲା l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.