ଚନ୍ଦାହାଣ୍ଡି,୧୪/୯ : ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ରଥର ଶୁଭାରମ୍ଭ ହୋଇଯାଇଛି । ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋବିନ୍ଦ ଜୈନ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୋଗଦେଇ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ବିଜେପି ଦଳ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ୫ ବର୍ଷରେ ମୋହନ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ କହି ସମସ୍ତେ ଆବେଦନ କରନ୍ତୁ ବୋଲି ଶ୍ରୀ ଜୈନ ଅନୁରୋଧ କରିଥିଲେ।
ଆବେଦନର ଶେଷ ତାରିଖ ନ ଥିବାରୁ ମୋ ସେବା କେନ୍ଦ୍ର ଗୁଡିକରେ ଅଯଥା ଭିଡ ନ କରିବାକୁ ବିଡିଓ ରାମକୃଷ୍ଣ ନାୟକ ଅନୁରୋଧ କହିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜଳନ୍ଧର ମାଝୀ, ମଞ୍ଜୁନାଥ ମାଝୀ, ହରଲାଲ ଝାଙ୍କର, ଚନ୍ଦ୍ରିକା ମରେଇ, କୃଷ୍ଣ ଜାନୀ, ସିଡିପିଓ ସୁଦର୍ଶନୀ ରଥ, ଫୁଲସରା ଭ୍ରତ୍ରା, ନନ୍ଦିନୀ ଶତପଥୀ, ଇଶ୍ବର ବାଘ, ପ୍ରେମଲାଲ ନାଗେଶ, ଇଡି ଗୌଡ଼, ସୂର୍ଯ୍ୟ ନାରାୟଣ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।