ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଘରେ ଘରେ ମାଛ ମାଂସର ଆସର ଜମାଇ ପାଳନ କଲେ ବାସି ପର୍ବ

ଚନ୍ଦାହାଣ୍ଡି,୧୦/୯ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗଣପର୍ବ ନୁଆଁଖାଇ ବାସି ପର୍ବ ପାଳନ ହୋଇଛି l ମଙ୍ଗଳବାର ଘରେ ଘରେ ମାଛ ମାଂସର ଆସର ଜମାଇବା ସହ ଯାକ ଜକମର ସହ ପାଳନ କରିଛନ୍ତି l ଖାଇ ପିଇ ସାରି ଅତ୍ୟନ୍ତ ହସ ଖୁସି ମନରେ ସାହି ପଡ଼ିଶା ଉଭୟେ ମହିଳା ଏବଂ ପୁରୁଷମାନେ ଏକତ୍ରିତ ହୋଇ ପରସ୍ପରକୁ ନୁଆଁଖାଇ ଜୁହାର ଭେଟ କରିଥିଲେ । ଏହାସହ ପାରମ୍ପରିକ ବାଦ୍ୟ ବାଜଣା ସହ ଗ୍ରାମର ମୁଖିଆଙ୍କ ଘରକୁ ନୁଆଁଖିଆ ଜୁହାର ଭେଟ (ଜୁହାରେନ) ଯାଇଥିଲେ l  

ଗ୍ରାମ ମୁଖିଆ  ସମସ୍ତ  ରଇତ (ଚାଷୀ )ମାନଙ୍କୁ ସ୍ୱାଗତ କରିବା ସହ ଚୁଡା  ଖାଇବାକୁ ଦେଇ ସମସ୍ତଙ୍କ ସହ ଜୁହାର ଭେଟ ହୋଇଥିଲେ । ପରେ ସମସ୍ତ ରଇତମାନଙ୍କୁ ଚଳିତ ବର୍ଷର ଚାଷ, ସ୍ୱାସ୍ଥ୍ୟ, କିପରି ରହିଛି ସେ ସମ୍ପର୍କରେ ପଚାରିବା ସହ ଆଗାମୀ ଜାନି ଯାତ୍ରା କିପରି ଭାବେ ପାଳନ କରାଯିବ ସେ ସମ୍ପର୍କରେ ସେମାନଙ୍କୁ ପଚାରିବୁଝିବା ସହ ତାଙ୍କ ମତାମତ ଏବଂ ସହଯୋଗ କାମନା କରିଥିଲେ l 

ଗାଁରେ ଯୁବକ ଯୁବତୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳ କସରତ ଅନୁଷ୍ଠିତ ହେବା ସହ ଲୋକମାନଙ୍କ ମନୋରଞ୍ଜନ, ପାଇଁ ଘୁମୁରା ନୃତ୍ୟ, ରେକର୍ଡ ଡ୍ୟାନ୍ସ ନୃତ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ଏକ ନିବିଡ଼ ଭାଇ ଚାରା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା l ଚଳିତ ବର୍ଷ ଚନ୍ଦାହାଣ୍ଡି ଅଞ୍ଚଳରେ ଭଲ ବର୍ଷା ହେବା ସହ ଫସଲ ଭଲ ହୋଇଥିବାରୁ ଚାଷୀଙ୍କ ମନ ଅତ୍ୟନ୍ତ ଖୁସି ରହିଥିବା ନେଇ ସେମାନେ ସୂଚନା ଦେଇଛନ୍ତି l 

ପ୍ରକାଶ ଯେ, ଚଳିତ ବର୍ଷ ନୂଆଖିଆ ବାସି ତିହାର ସୋମବାର ପଡି ଥିବାରୁ ମାଛ ମାଂସ ଖାଇବା ହିନ୍ଦୁ ଧର୍ମରେ ନିଷେଧ ଥିବାରୁ ମଙ୍ଗଳବାର ବାସି ତିହାର ମନା ଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.