ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅଜଣା ରୋଗରେ ଆକ୍ରାନ୍ତ ୭ ବର୍ଷର ଶିଶୁକନ୍ୟା, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚନ୍ଦାହାଣ୍ଡି, ୦୯/୦୯ : ଅଜଣା ରୋଗରେ ଆକ୍ରାନ୍ତ ୭ ବର୍ଷର ଶିଶୁକନ୍ୟା। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡା ପଞ୍ଚାୟତ ଅଧିନ ଖଇରଭାଡି ଗ୍ରାମରେ ଘଟିଛି ଏଭଳି ଘଟଣା। ଶିଶୁକନ୍ୟା ଜଣଙ୍କ ହେଉଛନ୍ତି ଗ୍ରାମର ରିଷା ଗୌଡ଼ଙ୍କ ୭ ବର୍ଷର ଝିଅ ରୁପାଲି ଗୌଡ଼। ସେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି। ବାପା ରିଷା ଗୌଡ ଏବଂ ମା ଧନମତୀ ଗରିବ ହୋଇଥିଲେ ବି କୁଲି ମଜୁରୀ କରି ଝିଅକୁ ପାଠ ପଢ଼ାଇ ଭଲ ମଣିଷଟିଏ କରିବେ ବୋଲି ସ୍ଵପ୍ନ ଦେଖିଥିଲେ। ହେଲେ ତାଙ୍କ ସ୍ଵପ୍ନ ଅଧାରେ ରହିଯାଇଛି। 

ରୁପାଲିକୁ ଜ୍ୱର ହେବା ସହ ସେ ଧୀରେଧୀରେ ଦୁର୍ବଳ ହୋଇପଡିଲେ। ଚାଲିବା ପାଇଁ ହାତ ଗୋଡ଼ରେ ବଳ ପାଇଲା ନାହିଁ। ଧାର କରଜ କରି ବାପା ମା ରୁପାଲିକୁ ଧର୍ମଗଡ଼, ପରେ ଭବାନୀପାଟଣା ନେଇ ଚିକିତ୍ସା କରିଥିଲେ। ଡାକ୍ତରମାନଙ୍କ ବିଭିନ୍ନ ପରୀକ୍ଷା ସତ୍ୱେ ରିପୋର୍ଟରେ କିଛି ଜଣାପଡିଲା ନାହିଁ। ରୁପାଲି କେଉଁ ରୋଗରେ ଆକ୍ରାନ୍ତ ବୋଲି କେହି ଜାଣିପାରିଲେ ନାହିଁ। କୌଣସି ବଡ଼ ଡାକ୍ତରଖାନା ନେଇ ଚିକିତ୍ସା କରିବା ପାଇଁ ଡାକ୍ତରମାନେ ପରିବାର ଲୋକଙ୍କୁ ପରାମର୍ଶ ଦେଲେ। ହେଲେ ବଡ଼ ଡାକ୍ତରଖାନା ନେବାକୁ ଅର୍ଥ ଆସିବ କେଉଁଠୁ। ବର୍ତ୍ତମାନ ରୁପାଲି ଦୁର୍ବଳ ହେବା ସହ ସେ ଆଉ ଭଲକି ଚାଲି ପାରୁନି। 

ଏପଟେ ଖଇରଭାଡ଼ି ଗ୍ରାମରେ ଦୀର୍ଘ ବର୍ଷ ହେବ ଗ୍ରାମରେ ଅଜଣା ରୋଗ ତାଣ୍ଡବ ରଚିବା ସହ ଯୌବନରୁ ମାଡି ବସୁଛି ବାର୍ଦ୍ଧକ୍ୟ। ଅଜଣା ରୋଗ ଅକାଳରେ ନେଉଛି ଲୋକଙ୍କ ଜୀବନ। ହେଲେ ଏଥିପ୍ରତି ପ୍ରଶାସନରୁ ଦୃଷ୍ଟି ପଡୁନି। ଏପରିକି ପ୍ରମେୟରେ ବାରମ୍ଵାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ଖାଲି ଫ୍ଲୋରାଇଡ ଯୁକ୍ତ ପାଣି କହି କଥାକୁ ଏଡାଇ ଦେଉଛି ପ୍ରଶାସନ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମକୁ କୌଣସି ସ୍ୱାସ୍ଥ୍ୟ ଟିମ୍ ପରିଦର୍ଶନରେ ଆସୁ ନାହାଁନ୍ତି। ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଚନ୍ଦାହାଣ୍ଡି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦିପ କୁମାର ଶତପଥିଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇ ଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.