ଚନ୍ଦାହାଣ୍ଡି, ୧୨/୯ : ଚନ୍ଦାହାଣ୍ଡି ବ୍ଲକର ମୋତିଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଗୁରବାର ଉଦଘାଟନ ହୋଇଯାଇଛି । ଗମ୍ବାରୀଗୁଡ଼ା ସମିତି ସଭ୍ୟା ଗୌରୀ ନେଙ୍ଗୀଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ ହୋଇଯାଇଛି l ଏଠାରେ ଗୃହ ଅଭାବରୁ କେନ୍ଦ୍ର ପ୍ରାଣୀଧନ ନିରୀକ୍ଷିକା କିରଣ ପତି ପ୍ରାଣୀ ଚିକିତ୍ସା ସହ ଜରୁରୀ ଔଷଧ ଏବଂ ଚିକିତ୍ସା ସରଞ୍ଜାମ ରଖିବା ପାଇଁ ବିଶେଷ ଅସୁବିଧା ଦେଖା ଦେଉଥିଲା l
ବର୍ତ୍ତମାନ କେନ୍ଦ୍ର ଉଦଘାଟନ ହେବାରୁ ପ୍ରାଣୀ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ମୋତିଗାଁ କେନ୍ଦ୍ର ଅଧିନରେ ୫ଖଣ୍ଡ ଗାଁ ରହିଥିବାବେଳେ ୮00ଗାଈ ଗୋରୁ ଏବଂ ୧୨୦୦ଛେଳି ମେଣ୍ଢା ରହିଥିବା ନେଇ ପ୍ରାଣୀଧନ ନିରୀକ୍ଷିକା କିରଣ ପତି ସୂଚନା ଦେଇଛନ୍ତି l ଏହି ଅବସରରେ ଗାଁର ପୂଜକ ପ୍ରେମ ପୂଜାରୀ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ପତି, ହରିପ୍ରସାଦ ତ୍ରିପାଠୀ, ନୀଳାମ୍ବର ବାଗ, ଫଡିନ୍ଦ୍ର ବେଶ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ l