ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ବୈଠକ, ବର୍ଜନ କଲେ ବ୍ଲକ ସରପଞ୍ଚ ସଂଘ

ଚନ୍ଦାହାଣ୍ଡି,୪।୯ (ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ବ୍ଲକ ଷଷ୍ଠ ତମ ପଞ୍ଚାୟତ ସମିତି ବୈଠକ   ଅନୁଷ୍ଠିତ ହୋଇ ଥିଲା।   ବିଡିଓ ରାମକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଷଷ୍ଠ ତମ ପଞ୍ଚାୟତ ସମିତି ବୈଠକରେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତିନିଧି ଦିଲୀପ କୁମାର ଦାସ ଏବଂ ବିଧାୟକ ପ୍ରତିନିଧି  ପ୍ରତାପ ବାଗ ଯୋଗ ଦେଇ ଥିଲେ l   ଏଥିରେ  ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା  ସୁମିତ୍ରା ପୂଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ତହସିଲ ଦାର ସହଦେଵ କୁତୃକା ମଞ୍ଚାସିନ ରହିଥିଲେ l  ପୂର୍ବ ବାର୍ଷିକ ବିବରଣୀ  ଜିପିଓ ବାନାମ୍ବର ଦାଶ ପାଠ କରିଥିବା ବେଳେ  ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବ୍ଲକରେ ହୋଇ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ l 

ଦଳବେଡା  ଏବଂ ଅନକାବେଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହିବା ସହ ନିୟମିତ ଡାକ୍ତର ନ ଯିବା ନେଇ ସମିତି ସଭ୍ୟ ଟେକରାମ ମାଝି ଏବଂ ଅନକାବେଡା ସମିତି ସଭ୍ୟା ଗୌରୀ ନାଗ ପ୍ରଶ୍ନ କରି ଥିଲେ l   ଫଟକି ପଞ୍ଚାୟତରେ  ସ୍ୱାସ୍ଥ୍ୟ ସେବା  ରାସ୍ତା ଘାଟକୁ ନେଇ ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ ପ୍ରଶ୍ନ କରିଥିଲେ l  ମିଶନ ଶକ୍ତି ମୁରବି ଶୁନ୍ୟ ଏବଂ ମହାସଂଘ କମିଟି ପରିବର୍ତ୍ତନକୁ ନେଇ କୋଇଲି ମୁଣ୍ଡା ସମିତି ସଭ୍ୟ ତିଳକ ସିଂ ପୋଡ଼ ବୈଠକରେ  ସି ଡି ପି ଓ ସୁଦର୍ଶନୀ ରଥଙ୍କୁ ପ୍ରଶ୍ନ କରିବା ରୁ ମିଶନ ଶକ୍ତି କମିଟି ନାହିଁ ବୋଲି ସେ ଉତ୍ତର ଦେଇ ଥିଲେ l 

କୌଣସି ରାଜନୌତିକ ଭେଦଭାବ ନ ରଖି  ସମସ୍ତେ ବ୍ଲକ ର ବିକାଶ ସକାଶେ କାର୍ଯ୍ୟ କରିବା କୁ ସାଂସଦ ପ୍ରତିନିଧି ଦିଲୀପ କୁମାର ଦାସ ଉପସ୍ଥିତ ସମିତି ସଭ୍ୟ ସଭ୍ୟାମାନଙ୍କୁ   କହିଥିଲେ।୮୦ ଦଶକ ରେ ନିର୍ମିତ ଫୁଲଝରି ଡ୍ୟାମ ର ପୁନଃ ଉଦ୍ଧାର ପାଇଁ ସାଂସଦ  ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ  ବୈଠକ ରେ ନିବେଦନ କରି ଥିଲେ l  ବସିବା ପାଇଁ ଚେୟାରର ବ୍ୟବସ୍ଥା ନ ଥିବାରୁ  ତଳେ ବସି ବୈଠକ ହୋଇଥିଲା। ଏହାକୁ ବିରୋଧ କରି ଚନ୍ଦାହାଣ୍ଡି ବ୍ଲକ ସରପଞ୍ଚ ସଂଘ ବୈଠକ ବର୍ଜନ କରିଥିବା ସଂଘ ସଭାନେତ୍ରୀ ଗଙ୍ଗେଶ୍ୱରୀ ପୂଜାରୀ କହିଛନ୍ତି। 

ବୈଠକରେ   ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିବା ବେଳେ  ଆଇ ଟି ଡି ଏ ର କୌଣସି, ଅଧିକାରୀ କିମ୍ବା ଯନ୍ତ୍ରୀ ଉପସ୍ଥିତ ନ ଥିବାରୁ  ବିଭାଗ ର କୌଣସି ଆଲୋଚନା ହୋଇ ପାରି ନ ଥିଲା l  ଏହାକୁ ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇ ଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.