ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କର୍ମଚାରୀ ଅଭାବ, ମୁରଵୀ ଶୂନ୍ୟ ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତି

ଚନ୍ଦାହାଣ୍ଡି ୨।୯ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତିରେ କୌଣସି କର୍ମଚାରୀ ନ ଥିବା ସହ  ବିଭାଗ ମୁରବୀ  ଶୂନ୍ୟ ହୋଇ ପଡିଛି l ସରକାରୀ କର୍ମଚାରୀ ଏବଂ ସହଯୋଗୀ   ଏଠାରେ ନ ଥିବା ଫଳରେ  ଏସଏଚଜି ଗୋଷ୍ଠୀ ବିଭିନ୍ନ ସରକାରୀ ଯୋଜନା ବାବଦରେ ଜାଣି ପାରୁନାହାନ୍ତି l   ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

ଚନ୍ଦାହାଣ୍ଡି ବ୍ଲକରେ  ସର୍ବମୋଟ ୨୨୫ରୁ ଉର୍ଦ୍ଧ ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛନ୍ତି l ଏମାନଙ୍କୁ  ସହଯୋଗ କରିବା ପାଇଁ ପ୍ରତି ପଞ୍ଚାୟତରେ ଜିପିଏଲଏଫ  ଏବଂ ବିଏଲଏଫ ରହିଛନ୍ତି l  ଏଠାରେ ସରକାରୀ ସ୍ତରରେ  ବିଏଲସି, ବିପିସି ଏବଂ ଆକାଉଣ୍ଟାଣ୍ଟ ପଦବୀ   ସମ୍ପୂର୍ଣ ଭାବରେ ଖାଲି ପଡିଛ।  ଏମବିକେ, ସିଆରପି  ଏବଂ ବ୍ୟାଙ୍କ ମିତ୍ର ପରି ମିଶନ ଶକ୍ତି ସହଯୋଗୀ କର୍ମଚାରୀଙ୍କ  ନିଯୁକ୍ତି ପାଇଁ  ସମସ୍ତ ଚୟନ ପ୍ରକ୍ରିୟା ସମାପ୍ତ ହୋଇ ଥିଲେ ମଧ୍ୟ  ବର୍ତ୍ତମାନ ସୁଧ୍ୟା  ନିଯୁକ୍ତି ଦିଆଯାଇ ନାହିଁ l  

ଏଠାରେ ସହଯୋଗୀ କର୍ମଚାରୀ ନଥିବାରୁ  ସ୍ୱୟଂସହାୟିକା ଗୋଷ୍ଠୀଙ୍କ  ରିଜ୍ୟୁଲେସନ  ଏବଂ ଋଣରେ ସହଯୋଗ କରିବାରେ  ବିଶେଷ ଅସୁବିଧା ଦେଖା ଦେଉଥିବା ନେଇ କେତେଜଣ ଏସଏଚଜି ଗୋଷ୍ଠୀର ସଭାନେତ୍ରୀ  ପ୍ରକାଶ କରିଛନ୍ତି l  ଏଠାରେ କିଛି ଦିନ  ରାଇଘର ବିଏଲସି  ସରୋଜ କୁମାର ସାହୁଙ୍କୁ  ଅଣା ଯାଇଥିଲା l କିଛି ଦିନ  ପରେ  ତାଙ୍କୁ ଫେରାଇ  ନିଆ ଯିବାରୁ ଏଠାରେ ସମ୍ପୂର୍ଣ ଭାବରେ  ମୁରବୀ ଶୁନ୍ୟ ହୋଇ ପଡିଛି l ତାଙ୍କ ଜାଗାରେ କାହାକୁ ଦାୟିତ୍ୱ ଦିଆ ଯାଇଛି କି ନାହିଁ ସେ ବାବଦ ରେ ଠିକ ଭାବରେ ମୁହଁ ଖୋଲୁ ନାହାନ୍ତି ବିଡିଓ  l  

ଏ ସମ୍ପର୍କ ରେ ଜିଲ୍ଲା ଜୀବିକା ମିଶନ ସଂଯୋଜିକା   ସସ୍ମିତା ସାମନ୍ତରାୟଙ୍କୁ   ପଚାରିବାରୁ   ଏହାକୁ ସ୍ୱୀକାର କରିବା ସହ   ଏମବିକେ,  ସିଆରପି ନିଯୁକ୍ତି ପାଇଁ  ସେ ରାଜ୍ୟକୁ ପତ୍ର ପଠାଇଥିବା ନେଇ ପ୍ରକାଶ କରିଛନ୍ତି l ଜିଲ୍ଲାରେ ମାତ୍ର ୬ ଜଣ ବିଏଲସି ଥିବାରୁ   ସେଠାରେ କାହାକୁ ପଠାଯାଇ ପାରୁ ନ ଥିବା ନେଇ ସେ ସୂଚନା ଦେଇଛନ୍ତି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.