ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆଧାର ଲିଙ୍କ ପାଇଁ ଚନ୍ଦାହାଣ୍ଡି ଲୋକେ ଏବେ ଛତିଶଗଡ଼ ମୁହାଁ

ଚନ୍ଦାହାଣ୍ଡି,୬/୯ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ମହିଳାମାନଙ୍କ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଆଧାର ଲିଙ୍କ, ସଂଶୋଧନ କରିବା ପାଇଁ ଚନ୍ଦାହାଣ୍ଡି ଜନସେବା କେନ୍ଦ୍ରରେ ଉପଯୁକ୍ତ ସେବା  ନ ମିଳୁନାହିଁ । ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ସହଯୋଗର ଆନ୍ତରିକତା ଅଭାବ ଫଳରେ ଚନ୍ଦାହାଣ୍ଡି ବ୍ଲକର ମହିଳା ମାନେ ଛତିଶଗଡ଼ ମୁହାଁ ହେଉଛନ୍ତି । ଫଳରେ ଛତିଶଗଡର  ଜନସେବା କେନ୍ଦ୍ରମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି  ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

ସୂଚନା ମୁତାବକ   ଚନ୍ଦାହାଣ୍ଡି ବ୍ଲକରେ  ମୋଟ ୧୫୫ଟି ଜନସେବାକେନ୍ଦ୍ର ରହିଥିବାବେଳେ ୧୫ଟି ଗ୍ରାମାଞ୍ଚଳ ଡାକ ଘର  ରହିଛି l ଦଳବେଡା, କୋଇଲିମୁଣ୍ଡା, ଫଟକି, ଫଳସାପଡା ଏବଂ ଅନକାବେଡା   ଗ୍ରାମାଞ୍ଚଳ ଡାକ ଘରମାନଙ୍କୁ  ଆଧାର ଲିଙ୍କ ଏବଂ ସଂଶୋଧନ କରିବା ପାଇଁ ଆଇଡି ପ୍ରଦାନ କରାଯାଇଥିବା ନେଇ  ଚନ୍ଦାହାଣ୍ଡି  ସବ -ପୋଷ୍ଟମାଷ୍ଟର ପ୍ରକାଶ ବୈରାଗୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l ଆଧାର ଲିଙ୍କ କରୁଥିବା ଗ୍ରାମାଞ୍ଚଳ ଡାକ କର୍ମଚାରୀମାନେ ଲୋକଙ୍କୁ ସଠିକ ସୂଚନା ଦେଉ ନ ଥିବାରୁ ଏହାର ଫାଇଦା କିଛି ବେସରକାରୀ କମ୍ପ୍ୟୁଟର କେନ୍ଦ୍ରମାନଙ୍କରେ ଲିଙ୍କ ପିଛା ୧୦୦ରୁ ୧୫୦ଟଙ୍କା ନେଇ ମାଲେମାଲ l ଏପଟେ ଆଧାର ଲିଙ୍କ ପିଛା   ୫୦ଟଙ୍କା ନେବାର ସରକାରୀ ନିୟମ ରହିଛି l 

ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଆଧାରରେ ମୋବାଇଲ ଲିଙ୍କ କରିବାକୁ ପଡୁଥିବାରୁ ଆଧାରରେ ମୋବାଇଲ ଲିଙ୍କ ନ ଥିବା ମହିଳାମାନେ ବିଶେଷ ହଇରାଣ ହେବା ଦେଖିବାକୁ ମିଳୁଛି l ଚନ୍ଦାହାଣ୍ଡିରେ ଆଧାର ମୋବାଇଲ ଲିଙ୍କ ପାଇଁ ହାତଗଣତି ୨ ରୁ ୩ଟି ଜନସେବାକେନ୍ଦ୍ରମାନଙ୍କରେ କରାଯାଉଥିବାରୁ ସେଠାରେ ପ୍ରବଳ ଭିଡ଼ ହେଉଛି l ଏଠାକାର ଲୋକେ ପଡୋଶୀ ଛାତିଶଗଡ଼ ରାଜ୍ୟର ଧରାକୋଟ, ସିତିଲିଜୋର ଗ୍ରାମଞ୍ଚଳ ଡାକଘରମାନଙ୍କରେ ପ୍ରବଳ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି l ସେଠାରେ ଗୋଟିଏ ଆଧାର ମୋବାଇଲ ଲିଙ୍କ ପିଛା ୧୦୦ଟଙ୍କା  ଦେବା ସହ ବର୍ଷା ଦିନେ ଗର୍ଭବତୀଠାରୁ ଆରମ୍ଭ କରି ପ୍ରସୂତୀ ମହିଳା ପର୍ଯ୍ୟନ୍ତ ହଇରାଣ ହେଉଛନ୍ତି । ଏପଟେ ଓଡିଶା ମୋବାଇଲ ଆଧାର ଲିଙ୍କ ପାଇଥିବା ଡାକ ଘର କର୍ମଚାରୀମାନେ ଆଖି ବନ୍ଦ କରି ଦେଖୁଛନ୍ତି l  

ଚନ୍ଦାହାଣ୍ଡି ବ୍ଲକ ରେ ଶତକଡା ୭୦ପ୍ରତିଶତ ମହିଳାଙ୍କ ମୋବାଇଲ ଆଧାର ଲିଙ୍କ ନ ଥିବା ଜଣାପଡିଛି l ମୋବାଇଲ ଆଧାର ଲିଙ୍କ ଅଭାବରେ ସେମାନେ ବିଭିନ୍ନ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ନେଇ ଏଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.