ନଵରଙ୍ଗପୁର, ୩/୯ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଵ୍ଳକ ପଥରଲସା ଗାଁର ଜଗନ୍ନାଥ ଚୈଧୁରୀ ନିଟ୍ ପରୀକ୍ଷାରେ ସଫଳତା ପାଇ ଜିଲ୍ଲା କୁ ଗୈାରବ ଆଣିଛନ୍ତି। ଏଥି ପାଇଁ ମଙ୍ଗଳବାର ନଵରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଜଗନ୍ନାଥଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଜଗନ୍ନାଥ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ପଥରଲସା ଗାଁ ର ଚାଷୀ ସୁଦାମ ଚୈଧିରୀ ଓ ମାଆ ସୁଜାତା ଚୈଧିରୀଙ୍କ ପୂଅ । ଜଗନ୍ନାଥ ଜଣେ ସାଧାରଣ ବର୍ଗର ହୋଇଥିବା ବେଳେ ନିଟ ପରୀକ୍ଷାରେ ୬୫୧ ମାର୍କ ରଖି ରାଜ୍ୟସ୍ତରରେ ୮୧୩ ରେଙ୍କ୍ ରଖିଛନ୍ତି।