ନୂଆଦିଲ୍ଲୀ,୦୯ /୦୪: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । କମିଲା ରେପୋ ରେଟ୍ । ୦.୨୫% ରେପୋ ରେଟ୍ କମାଇଲା ଆରବିଆଇ । ୦.୨୫% ବେସିସ୍ ପଏଣ୍ଟ ହ୍ରାସ ହେବା ପରେ ରେପୋ ରେଟ୍ ୬% ରହିଛି । ଏଣିକି କମ୍ ସୁଧରେ ଗ୍ରାହକଙ୍କୁ ମିଳିବ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରେପୋ ରେଟ୍ ହ୍ରାସ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି । ଲଗାତାର ଦ୍ୱିତୀୟ ଥର ରେପୋ ରେଟ୍ ହ୍ରାସ କରିଛି ଆରବିଆଇ ।
ଆଜି ପୂର୍ବାହ୍ନ ୧୦ଟାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ବୈଠକ ବସିଥିଲା । ବିଜାର ବିଶେଷଜ୍ଞଙ୍କ ମତରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାରରେ ଆହୁରି ୨୫ ବେସିସ୍ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ରହିଥିଲା । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଏମପିସି ବୈଠକରେ ୦.୨୫% ରେପୋ ରେଟ୍ କମାଇବାକୁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ୬% ବେସିସ୍ ପଏଣ୍ଟ ରହିଛି ରେପୋ ରେଟ୍ । ଏଣିକି କମ୍ ସୁଧରେ ଗ୍ରାହକଙ୍କୁ ଋଣ ମିଳିବ । ହୋମ୍ ଲୋନ୍, କାର୍ ଲୋନ୍ ଓ ପର୍ସନାଲ୍ ଲୋନ୍ର ଇଏମଆଇ ଶସ୍ତା ହେବ । ଗ୍ରାହକଙ୍କୁ କମ୍ ସୁଧ ଦେବାକୁ ପଡ଼ିବ । ସେହିପରି GDP ବୃଦ୍ଧି ନେଇ ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଆର୍ଥିକ ବର୍ଷ ୨୦୧୫-୨୬ରେ ଜିଡିପି ଗ୍ରୋଥ ରେଟ୍ କମ୍ କରି ୬.୫ ପ୍ରତିଶତ କରାଯାଇଛି । ପୂର୍ବରୁ ୬.୭୦ % କରାଯାଇଥିଲା ।
#WATCH | Mumbai | RBI Governor Sanjay Malhotra says, " The MPC (Monetary Policy Committee) voted unanimously to reduce the policy repo rate by 25 basis points to 6 % per cent with immediate effect."
— ANI (@ANI) April 9, 2025
(Source: RBI) pic.twitter.com/rRVCJiTy0H
ଅଧିକ ପଢନ୍ତୁ...ସରକାରୀ କର୍ମଚାରୀଙ୍କ ପାଇଁ ଜରୁରୀ ଖବର , ପେନସନରେ ବିଳମ୍ୱ ହେଲେ ୮% ସୁଧ ଦେବେ ଦାୟୀ ବ୍ୟାଙ୍କ
୫ ବର୍ଷ ପରେ ଭେଟି ପରେ ଭେଟି- ଏହା ପୂର୍ବରୁ ଗତ ଫେବୃଆରୀରେ ଏମପିସି ବୈଠକରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେଇ ୫ ବର୍ଷ ପରେ ରେପୋ ରେଟ୍ ହ୍ରାସ୍ କରିଥିଲା । ୨୫ ବେସିସ୍ ପଏଣ୍ଟ କମାଇଥିଲା । ଏହାପରେ ରେପୋ ରେଟ୍ କମ ହୋଇ ୬.୨୫% ହୋଇଥିଲା । ଏହାପୂର୍ବରୁ ଆରିବିଆଇ ୨୦୨୦ରେ ରେପୋ ରେଟ୍ ହ୍ରାସ କରିଥିଲା । ଏହାପରେ ରେପୋ ରେଟ୍ ଧିରେ ଧିରେ ବଢି ୬.୫ ପ୍ରତିଶତ ହୋଇଥିଲା । ଶେଷଥର ପାଇଁ ୨୦୨୩ ଫେବୃଆରୀରେ ରେପୋ ରେଟ୍ ବଢ଼ିଥିଲା ।
ଯେଉଁ ସୁଧହାରରେ ବ୍ୟାଙ୍କକୁ ଆରବିଆଇ ଋଣ ଦେଇଥାଏ ତାହାକୁ ରେପୋ ରେଟ୍ କୁହାଯାଏ । ଯେତେବେଳେ ରେପୋ ରେଟ୍ ହ୍ରାସ ହୁଏ ବ୍ୟାଙ୍କଗୁଡିକୁ ଶସ୍ତାରେ ଫଣ୍ଡ ମିଳେ । ଫଳରେ ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକଙ୍କୁ ଶସ୍ତାରେ ଋଣ ପ୍ରଦାନ କରିଥାନ୍ତି ।