ପ୍ରମୂଖ ଖବର

ସରକାରୀ କର୍ମଚାରୀଙ୍କ ପାଇଁ ଜରୁରୀ ଖବର , ପେନସନରେ ବିଳମ୍ୱ ହେଲେ ୮% ସୁଧ ଦେବେ ଦାୟୀ ବ୍ୟାଙ୍କ

Published By : Prameya | April 8, 2025 7:38 PM

ନୂଆଦିଲ୍ଲୀ : ସଦ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଛି ଏକ ସର୍କୁଲାର। ଅବସରପ୍ରାପ୍ତ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ପେନସନ ଦେଉଥିବା ବ୍ୟାଙ୍କ ଗୁଡ଼ିକୁ ଦେଇଛି ନିର୍ଦ୍ଦେଶ। ସେମାନେ ପେନସନ ଦେବାରେ ବିଳମ୍ୱ କଲେ  ୮% ସୁଧ ଦେବା ହୋଇଛି ଅନିବାର୍ଯ୍ୟ । ଆରବିଆଇର ମାଷ୍ଟର ସର୍କୁଲାରରେ ବୃଦ୍ଧିର ଉଦ୍ଦେଶ୍ୟ ପେନସନଭୋକ୍ତାଙ୍କୁ ତାଙ୍କର ଦେୟ ବିଳମ୍ୱରେ ଦେଲେ କ୍ଷତି ପୂରଣ ଦେବାକୁ ହେବ। ସର୍କୁଲାର ଅନୁସାରେ , ପେନସନ ଦେୟ ଦେଉଥିବା ବ୍ୟାଙ୍କ ଗୁଡ଼ିକୁ ପେନସନ / ବକେୟା ରାଶି ଜମା କରିବାରେ ବିଳମ୍ୱ ହେଲେ, ପେନସନଭୋକ୍ତାଙ୍କୁ ଦେୟର ଦିନ ପରେ ୮ ପ୍ରତିଶତ ପ୍ରତି ବର୍ଷର ନିଶ୍ଚିତ ସୁଧ ଦରରେ କ୍ଷତିପୂରଣ ଦେବା ଉଚିତ୍‌।

 ଏଥିରେ କଣ ରହିଛି ଡିଟେଲ ?

ନିର୍ଦ୍ଦେଶରେ ଆହୁରି ସ୍ପଷ୍ଟ କରାଯାଇଛି ଯେ, ଏହି କ୍ଷତିପୂରଣ ପେନସନଭୋକ୍ତାଙ୍କ ଠାରୁ କୌଣସି ବି ଦାବିର ଆବଶ୍ୟକତା ବିନା ଅଟୋମେଟିକ୍‌ ଭାବେ ପ୍ରଦାନ କରାଯିବ। ସ୍ଥିର ପେମେଣ୍ଟ ଡେଟ୍‌ ପରେ କୌଣସି ବି ବିଳମ୍ୱ ହେଲେ କ୍ଷତିପୂରଣ ୮ ପ୍ରତିଶତ ପ୍ରତି ବର୍ଷର ସ୍ଥିର ସୁଧ ହାରରେ ପ୍ରଦାନ କରାଯିବ ଉଚିତ। ସୁଧ ସେହି ଦିନ ପେନସନଭୋକ୍ତାଙ୍କ ଆକାଉଣ୍ଟରେ ଜମା କରାଯିବ, ଯେଉଁ ଦିନ ବ୍ୟାଙ୍କ ସଂଶୋଧିତ ପେନସନ ବା ପେନସନ ବକେୟା ରାଶି ପ୍ରକ୍ରିୟାକରଣ କରିବ, ଯାହା ୧ ଅକ୍ଟୋବର ୨୦୦୮ରୁ ସବୁ ବିଳମ୍ୱିତ ଦେୟ ଉପରେ ଲାଗୁ ହେବ। 

ସର୍କିଲାରରେ କଣ ରହିଛି  ?

ସର୍କୁଲାରରେ ବ୍ୟାଙ୍କ ଦ୍ୱାରା ପେନସନ ଡିଷ୍ଟର୍ସମେଣ୍ଟ ପାଇଁ ଏକ ସୁବ୍ୟବସ୍ଥିତ ପ୍ରକ୍ରିୟା ସ୍ପଷ୍ଟ କରିବାର ଆବଶ୍ୟକତା ଉପରେ ମଧ୍ୟ ଜୋର ଦିଆ ଯାଇଛି, ଯାହାକି ସମ୍ୱନ୍ଧିତ ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଠାରୁ ପେନସନ ଅର୍ଡରର କପି ତୁରନ୍ତ ପ୍ରାପ୍ତ କରି ବିଳମ୍ୱରୁ ରକ୍ଷା କରାଯାଇ ପାରିବ। ବ୍ୟାଙ୍କ ଗୁଡିକୁ ଆରବିଆଇ ଠାରୁ ନିର୍ଦ୍ଦେଶକୁ ଅପେକ୍ଷା ନକରି ପେନସନ ଦେୟ ପୂରା କରିବାର ନିର୍ଦ୍ଦେଶ ଦିଆ ଯାଇଛି , ଏହି ପ୍ରକାରର ଏହା ସୁନିଶ୍ଚିତ କରାଯାଏ କି ପେନସନଭୋକ୍ତାଙ୍କୁ ଆଗାମୀ ମାସର ପେମେଣ୍ଟ ଚକ୍ରରେ ସେମାନଙ୍କର ଲାଭ ପାଇବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.