ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ସୁପ୍ରିମକୋର୍ଟଙ୍କ ବୟାନ: ନିର୍ବାଚିତ ସରପଞ୍ଚଙ୍କୁ ହଟାଇବା ଗମ୍ଭୀର ମାମଲା

Published By : Prameya | October 7, 2024 11:38 AM

Image source: LiveHindustan

ନୂଆଦିଲ୍ଲୀ, ୦୭/୧୦: ଜଣେ ନିର୍ବାଚିତ  ସରପଞ୍ଚଙ୍କୁ ହଟାଇବା ଗମ୍ଭୀର ମାମଲା ବୋଲି  ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ  ଓ ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ନିର୍ବାଚିତ ଜନପ୍ରତିନିଧିଙ୍କୁ ହଟାଯିବା ଘଟଣାକୁ ହାଲ୍‌କାରେ ନିଆଯିବା ଉଚିତ ନୁହେଁ । ବିଶେଷକରି ସେହିଭଳି କ୍ଷେତ୍ରରେ ଯେଉଁଠାରେ  ଗ୍ରାମାଞ୍ଚଳରୁ ମହିଳା ନିର୍ବାଚିତ ହୋଇଆସିଥାନ୍ତି ।ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ସର୍ବୋଚ୍ଚ  ଅଦାଲତ ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କୁ  କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ପଦବିରେ ଅବସ୍ଥାପିତ କରିଛନ୍ତି । ଗତ ସେପ୍ଟେମ୍ବର ୨୭  ତାରିଖରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲା  ବେଳେ ଆଜି ତାହା ସାମ୍‌ନାକୁ ଆସିଛି । 

ପ୍ରକୃତ ଘଟଣା ହେଉଛି ମହାରାଷ୍ଟ୍ର ଜଲଗାଓଁ  ଜିଲ୍ଲାର । ଏହି ଜିଲ୍ଲା ଅନ୍ତର୍ଗତ ବିଚଖେଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମନୀଷ ରବିନ୍ଦ୍ର ପାନପାଟିଲ ନିଜ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ  ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ଗାଁ  ଲୋକଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ  ଜିଲ୍ଲାପାଳ ତାଙ୍କୁ ପଦରୁ ହଟାଇ ଦେଇଥିଲେ ।  ତାଙ୍କ ବିରୋଧରେ ଅଭିଯୋଗ ଥିଲା କି ସରକାରୀ  ଜମିରେ ସେ ଘର କରି ଶାଶୁଙ୍କ ସହ ରହୁଛନ୍ତି ।  କିନ୍ତୁ ପାନପାଟିଲ ଏହାକୁ ଖଣ୍ଡନ କରିଥିଲେ ।  ସେ ଦର୍ଶାଇଥିଲେ ଯେ ସ୍ୱାମୀ ଓ ପିଲାଙ୍କ ସହ ସେ  ଘରଭଡା ନେଇ ରହୁଛନ୍ତି । କିନ୍ତୁ ତାଙ୍କ ଯୁକ୍ତିକୁ  ଜିଲ୍ଲାପାଳ ଗ୍ରହଣ କରି ନଥିଲେ । ଗାଁ ଲୋକଙ୍କ  ନିରାଧାର ଅଭିଯୋଗ ଆଧାରରେ ତାଙ୍କୁ ଅଯୋଗ୍ୟ  ଘୋଷଣା କରିଥିଲେ । ଏଥିସହ ତାଙ୍କୁ ପଦରୁ  ହଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । କମିଶନର  ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ । ଏହା  ବିରୋଧରେ ସରପଞ୍ଚ ହାଇକୋର୍ଟ ଯାଇଥିଲେ ।  ୨୦୨୩ ଅଗଷ୍ଟରେ ବମ୍ବେ ହାଇକୋର୍ଟ ତାଙ୍କ  ଆବେଦନକୁ ଖାରଜ କରିବା ସହ ସରପଞ୍ଚ  ପଦରୁ ହଟାଇବା ଉପରେ ମୋହର ଲଗାଇଥିଲେ ।

 ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲାରେ  ସରପଞ୍ଚଙ୍କୁ ପଦରୁ ହଟାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ  ଭାବେ ଭୁଲ । ଏହି ମାମଲା ସମ୍ବନ୍ଧିତ ସରକାରୀ  ଅଧିକାରୀମାନେ ନିଜକୁ ସମ୍ବେଦନଶୀଳ କରିବା  ସହ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ  କାର୍ଯ୍ୟ କରିବା ଆବଶ୍ୟକ । ଯାହାଫଳରେ  ଆବେଦନକାରିଣୀଙ୍କ ଭଳି ମହିଳାମାନେ ଗ୍ରାମ  ପଞ୍ଚାୟତର ସରପଞ୍ଚ ଭାବେ ସେବା ପ୍ରଦାନ କରି  ନିଜ ଯୋଗ୍ୟତାକୁ ପ୍ରମାଣିତ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.