ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସ୍ଥାୟୀ ଜମା ସୁଧହାର ହ୍ରାସ କଲା ଏସ୍‌ବିଆଇ, ଏପ୍ରିଲ ୧୫ରୁ ଲାଗୁ ହେବ ନୂଆ ସୁଧହାର

Published By : Prameya | April 14, 2025 1:39 PM

ନୂଆଦିଲ୍ଲୀ, ୧୪/୦୪:  ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  ଏସ୍‌ବିଆଇ ଏହାର ସ୍ଥାୟୀ ଜମା (ଏଫ୍‌ଡି) ସୁଧହାରରେ ୦.୨୦%  ଯାଏ ହ୍ରାସ ଘୋଷଣା କରିଛି । ଏବେ ଏସ୍‌ବିଆଇର ୧ ବର୍ଷିଆ  ଏଫ୍‌ଡି ଲାଗି ୬.୭୦% ସୁଧ ମିଳିବ । ନୂଆ ସୁଧହାର ୧୫ ଏପ୍ରିଲରୁ  ଲାଗୁ ହେବ । ଏହା ପୂର୍ବରୁ ନିକଟରେ କାନାରା ବ୍ୟାଙ୍କ ଏବଂ  କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏଫ୍‌ଡି ସୁଧ ହାରରେ ହ୍ରାସ ଘୋଷଣା  କରିଥିଲେ । ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ପରେ  ବ୍ୟାଙ୍କ ଗୁଡ଼ିକ ଏଫ୍‌ଡି ସୁଧହାର କମାଉଛନ୍ତି । ଏସ୍‌ବିଆଇ ଅମୃତ  ବୃଷ୍ଟି ସ୍ପେଶାଲ ସ୍କିମର ସୁଧହାର ମଧ୍ୟ ହ୍ରାସ କରିଛି । ଏହି ସ୍କିମରେ  ୪୪୪ ଦିନରେ ଏଫ୍‌ଡି ଉପରେ ବାର୍ଷିକ ୭.୦୫% ସୁଧହାର  ମିଳିବ । ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୭.୫୫% ଏବଂ ସୁପର  ସିନିୟର ସିଟିଜେନଙ୍କୁ ୭.୬୫% ସୁଧହାର ପ୍ରଦାନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.