ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତୀୟ ପୁଞ୍ଜି ବଜାର ଉପରେ ଟାରିଫ୍‌ ଚାପ, ନିବେଶକ ହରାଇଲେଣି ୧୧ ଲକ୍ଷ କୋଟି

Published By : Rasmita Pradhan | April 15, 2025 8:57 AM

ନୂଆଦିଲ୍ଲୀ,୧୫/୦୪ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ବିରୋଧରେ ଲଗାଇଥିବା ଯେସାକୁ ତେସା ଶୁଳ୍କ ଦେଶର ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ଟ୍ରମ୍ପଙ୍କ ପାଲଟା ଟିକସ ଘୋଷଣା ପରେ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ହୋଇଥିଲା । ଚଳିତ ମାସ ଅଦ୍ୟାବଧି ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ପ୍ରାୟ ୨% ହ୍ରାସ ହେବା ଯୋଗୁ ନିବେଶକ ୧୧.୩୦ ଲକ୍ଷ କୋଟି କ୍ଷତି ସହିଛନ୍ତି । ଟ୍ରମ୍ପଙ୍କ ପାଲଟା ଟାରିଫ ଘୋଷଣା ପରେ ଚୀନ ମଧ୍ୟ ଏହାକୁ କଡ଼ା ଜବାବ ଦେଇଛି । ଏହି ୨ ଦେଶ ମଧ୍ୟରେ ଏବେ ତୀବ୍ର ହୋଇଛି ବାଣିଜ୍ୟ ଯୁଦ୍ଧ । 

ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ କଡ଼ା ବାଣିଜ୍ୟିକ ପ୍ରତିଯୋଗିତା ଯୋଗୁ ସେୟାର ବଜାର ଉପରେ ଏହାର ଗଭୀର ପ୍ରଭାବ ଦେଖାଯାଇଛି । ଏପ୍ରିଲ ୨ ପରଠୁ ବିଏସ୍‌ଇ ସୂଚକାଙ୍କରେ ୧୪୬୦.୧୮ ପଏଣ୍ଟ (୧.୯୦%) ହ୍ରାସ ପରିଲକ୍ଷିତ ହୋଇଛି । ଇକ୍ୱିଟି ବଜାରରେ ଅନିଶ୍ଚିତତା ଦେଖାଯିବା ଯୋଗୁ ବମ୍ବେ ଷ୍ଟକ ବଜାରରେ ସୂଚୀଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ୧୧.୨୦ ଲକ୍ଷ କୋଟି ହ୍ରାସ ହୋଇ ୪୦୧ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଆସିଛି । ଟ୍ରମ୍ପ ପାଲଟା ଟିକସ କ୍ଷେତ୍ରରେ ୯୦ ଦିନର ଆଶ୍ୱସ୍ତି ଘୋଷଣା ପରେ ବଜାରରେ ଶୁକ୍ରବାର ୨% ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏପ୍ରିଲ ୧୦ରେ ମହାବୀର ଜୟନ୍ତୀ ଏବଂ ୧୪ରେ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଯୋଗୁ ବଜାର ବନ୍ଦ ରହିଛି । ଏପ୍ରିଲ ପହିଲାରେ ଟ୍ରମ୍ପ ପାଲଟା ଟାରିଫ ଘୋଷଣା କରିଥିଲେ । ତେବେ ଚୀନ ବାଦ ଅନ୍ୟ ସବୁ ଦେଶଗୁଡ଼ିକୁ ଏବେ ଆଶ୍ୱସ୍ତି ଦେଇଛନ୍ତି ଟ୍ରମ୍ପ ।

ଏହି ଖବରଟିକୁ ପଢନ୍ତୁ-୭ ଦାମୀ ଧାତୁ ରପ୍ତାନି ବନ୍ଦ କଲା ଚୀନ୍‌, ମହଙ୍ଗା ହେବ ଗାଡ଼ି, ଅସ୍ତ୍ରଶସ୍ତ୍ର, ବିମାନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.