ପ୍ରମୂଖ ଖବର
  • ବ୍ରହ୍ମଗିରିରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା କାର, ଚାଳକଙ୍କ ସହ ୪ ଗୁରୁତର
  • ||
  • ମୋହନା ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ
  • ||
  • ବିଜାପୁର ପୋଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଟଳିଲେ ୩ ହାର୍ଡକୋର ମାଓବାଦୀ
  • ||
  • IPL 2025: ରାତିରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, ଉପଲରେ ହେବ ରନ ବର୍ଷା
  • ||
  • ଚିତ୍ରକୋଣ୍ଡା : ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, କାର୍ ଓ ଘରୁ ମିଳିଲା ନଗଦ ୧୮ ଲକ୍ଷ ୫୭ ହଜାର ଟଙ୍କା
  • ||
  • କୋରାପୁଟ : ଚାରା ଗାଡିରୁ ୧୦ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ ଅନ୍ୟ ଜଣେ ଫେରାର
  • ||
  • କେନ୍ଦୁଝର : ପାରିବାରିକ କଳହରୁ ଦାଦାର ଗଣ୍ଡିମୁଣ୍ଡ ଅଲଗା କରିଦେଲା ପୁତୁରା, କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ
  • ||
  • ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର,ବେଲପାହାଡ- ଝାରସୁଗୁଡ଼ା ରାସ୍ତାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ||
  • ଜମ୍ମୁ-କାଶ୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀରେ ବିଜେପି କର୍ମଶାଳା ଉଦ୍‌ଘାଟନ୍ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ରାଜ୍ୟରେ ୧୭ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||

୩୦,୦୦୦ ଲିମିଟ୍‌ର କ୍ରେଡିଟ୍‌ କାର୍ଡ , ୫୦ ହଜାର ଟଙ୍କା ଯାଏ ଲୋନ୍‌ ; ଖୁବ୍‌ ଉପଯୋଗୀ ଏହି ସରକାରୀ ସ୍କିମ୍‌

Published By : Prameya | April 12, 2025 9:33 PM

ନୂଆଦିଲ୍ଲୀ : କରୋନା ସମୟରେ ନରେନ୍ଦ୍ର ମୋଦି ସରକାର ଅନେକ ଯୋଜନା ଗୁଡ଼ିକର ଶୁଭାରମ୍ଭ କରିଥିଲେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ-ସ୍ୱନିଧି) ଯୋଜନାର ମଧ୍ୟ ଆରମ୍ଭ ହୋଇଥିଲା। ଏହି ଯୋଜନାକୁ କୋଭିଡ୍‌-୧୯ ଲକ୍‌ଡାଉନ୍‌ରେ ପ୍ରଭାବିତ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଆଶ୍ୱସ୍ତି ପ୍ରଦାନ ପୂର୍ବକ ମୁଖ୍ୟ ଉଦ୍ଦେଶ୍ୟ ନେଇ ଲଞ୍ଚ କରାଯାଇ ଥିଲା। ଏହି ଯୋଜନାର ଉଦ୍ଦେଶ୍ୟ କେବଳ ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ଲୋନ୍‌ ଦେଇ ତାଙ୍କୁ ସଶକ୍ତ କରିବା ନୁହେଁ, ବରଂ ତାଙ୍କର ସମଗ୍ର ଆର୍ଥିକ ବିକାଶ ପାଇଁ ମଧ୍ୟ କାମ କରିବା ରହିଛି। ଏବେ ଏହି ଯୋଜନା ଅନୁସାରେ ସରକାର କ୍ରେଡିଟ୍‌ କାର୍ଡ ମଧ୍ୟ ଦେଉଛନ୍ତି। ଏହି କ୍ରେଡିଟ୍‌ କାର୍ଡର ଲିମିଟ୍‌ ୩୦ ହଜାର ଟଙ୍କା । ଆସନ୍ତୁ ଏହି ଯୋଜନାକୁ ନେଇ ବିସ୍ତୃତରେ ଜାଣିବା –

ଗତ ୧ଫେବ୍ରୁଆରୀରେ ବଜେଟ୍‌ ଉପସ୍ଥାପିତ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଜନା ଅନୁସାରେ , କ୍ରେଡିଟ୍‌ କାର୍ଡ ଉପଲବ୍ଧ କରାଇବାର ଘୋଷଣା କରିଥିଲେ। ସେ କହିଥିଲେ ଯେ , ଏବେ ଲାଭାର୍ଥୀଙ୍କୁ ୩୦,୦୦୦ର ଲିମିଟ୍‌ ଥିବା ୟୁପିଆଇ ଲିଙ୍କଡ୍‌ କ୍ରେଡିଟ୍‌ କାର୍ଡ ଦିଆଯିବ। ଏହି ଯୋଜନା ଅନୁସାରେ ଲାଭ ପ୍ରାପ୍ତ କରିବା ପାଇଁ ଆବଶ୍ୟକ କେୱାଇସି କାଗଜପତ୍ର ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ର । ଅନ୍ୟ ସ୍ୱୀକାର୍ଯ୍ୟ କାଗଜପତ୍ର ପ୍ୟାନ୍‌ କାର୍ଡ , ଡ୍ରାଇଭିଂ ଲାଇସେନ୍ସ ବା ମନରେଗା କାର୍ଡ । 

୫୦ ହଜାର ଟଙ୍କା ଯାଏ ଲୋନ୍‌ – ପିଏମ୍‌ ସ୍ୱନିଧି ଯୋଜନା ଅନୁସାରେ , ବିକ୍ରେତା ୩ଟି ପର୍ଯ୍ୟାୟରେ ୫୦,୦୦୦ଟଙ୍କା  ଯାଏ ଲୋନ୍‌ ପ୍ରାପ୍ତ କରି ପାରିବେ। ପ୍ରଥମ କିସ୍ତି -୧୨ ମାସ ପାଇଁ ୧୦,୦୦୦ଟଙ୍କା ଯାଏ ଲୋନ୍‌। ଦ୍ୱିତୀୟ କିସ୍ତି -୧୮ ମାସ ଯାଏ ସର୍ବନିମ୍ନ ୧୫,୦୦୦ ଟଙ୍କା ଓ ସର୍ବାଧିକ ୨୦,୦୦୦ ଟଙ୍କା। ୩ୟ କିସ୍ତି-୩୬ ମାସ ପାଇଁ ସର୍ବନିମ୍ନ ୩୦,୦୦୦ଟଙ୍କା ଓ ସର୍ବାଧିକ ୫୦,୦୦୦ଟଙ୍କା ରହିଛି।

ଲୋନ୍‌ ପ୍ରାପ୍ତ କରିବା ପାଇଁ କୌଣସି ଆନୁସଙ୍ଗିକ ବା ସୁରକ୍ଷାର ଆବଶ୍ୟକତା ନାହିଁ। ରି-ପେମେଣ୍ଟ ମାସିକ କିସ୍ତିରେ ହେବ। ଏହି ଯୋଜନାରେ ପ୍ରତି ବର୍ଷ ୭ ପ୍ରତିଶତର ସୁଧ ସବସିଡି ପ୍ରଦାନ କରାଯାଏ , ଯାହା ତ୍ରୟମାସିକ ଆଧାରରେ ସିଧା ଲାଭାର୍ଥିଙ୍କ ଆକାଉଣ୍ଟରେ ଜମା କରାଯିବ। ଯଦି ଧାର୍ଯ୍ୟ ସମୟ ପୂର୍ବରୁ ଋଣ ପରିଶୋଧ କରାଯାଏ , ତେବେ ସଂପୂର୍ଣ୍ଣ ସବସିଡି ଏକାଥରକେ ଜମା ହୋଇଯିବ। ଏହା ବ୍ୟତୀତ , ଡିଜିଟାଲ ନେଣଦେଣ କରୁଥିବା ବିକ୍ରେତାଙ୍କୁ ପ୍ରତିବର୍ଷ ୧,୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ। ଯେଉଁ ଠିକ୍‌ ସମୟରେ ଓ ଶୀଘ୍ର ନିଜର ଋଣ ପରିଶୋଧ କରନ୍ତି, ସେ ଭବିଷ୍ୟତରେ ଅଧିକ ଋଣ ରାଶି ପାଇଁ ଯୋଗ୍ୟ ହେବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.