ନୂଆଦିଲ୍ଲୀ,୧୦/୦୪ :ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ପକ୍ଷରୁ ଏଟିଏମ୍ ନେଣଦେଣ ନିୟମରେ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ଏଟିଏମ୍ ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ ଏଟିଏମ୍ ବ୍ୟବହାର କରିବା ସୀମାକୁ ବଢ଼ାଇ ଦେଇଛି । ତ୍ୱରିତ ଭିତ୍ତିରେ ଏହାକୁ ଲାଗୁ କରିଛି ବ୍ୟାଙ୍କ ।
ନୂଆ ନିୟମ ମୁତାବକ, ଉଭୟ ମେଟ୍ରୋ ଓ ଅଣ ମେଟ୍ରୋ ଗ୍ରାହକ ପ୍ରତି ମାସରେ ଏସ୍ବିଆଇ ଏଟିଏମ୍ରୁ ୫ ଫ୍ରି ନେଣଦେଣ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ୧୦ ମାଗଣା ଟ୍ରାଞ୍ଜାକସନ କରିପାରିବେ । ୨୫ ହଜାରରୁ ୫୦ ହଜାର ଟଙ୍କା ହାରାହାରି ମାସିକ ବାଲାନ୍ସ ରଖୁଥିବା ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମ୍ ରୁ ୫ ଫ୍ରି ଟ୍ରାଞ୍ଜାକସନ କରିପାରିବେ । ୧ ଲକ୍ଷରୁ ଉଦ୍ଧ୍ୱର୍ ହାରାହାରି ମାସିକ ବାଲାନ୍ସ ରଖୁଥିବା ଗ୍ରାହକ ଏସ୍ବିଆଇ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଅସୀମିତ ମାଗଣା ଟ୍ରାଞ୍ଜାକସନ କରିପାରିବେ । ମାସିକ ଧାର୍ଯ୍ୟ ମାଗଣା ଏଟିଏମ୍ ବ୍ୟବହାର ପରେ ପ୍ରତି ନେଣଦେଣରେ ୧୫ ଟଙ୍କା ଏବଂ ଜିଏସ୍ଟି ଦେବାକୁ ପଡ଼ିବ ।