ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରଥଖଳା ହାଲ୍‌ଚାଲ୍‌...ମୁହାଁଟି ଆରମ୍ଭ, ୨୯ ଚକ କାର୍ଯ୍ୟ ଶେଷ, ଆଗକୁ ଦଣ୍ଡା କାମ

ପୁରୀ,୦୧/୦୬: ଭଉଁରି ପରେ ଗତି ଧରିଛି ରଥ ନିର୍ମାଣ କାର୍ଯ୍ୟ । ଏବେ ଚକ ଶେଷ  କରିବାକୁ ଗୁରୁତ୍ୱ । ଶୁକ୍ରବାର ସୁଦ୍ଧା ତିନି ରଥର  ୪୨ ଚକରୁ ୨୯ ଚକ ସରିଥିବା ସୂଚନା ରହିଛି । ଏଥିସହ ମୁହାଁଟି କାମ ଆରମ୍ଭ ହୋଇଛି ।  ଆଗକୁ ଦଣ୍ଡା (ରଥ ଚେଚିସ୍‌) କାମ ଆରମ୍ଭ ହେବ । ଦଣ୍ଡା ପାର୍ଶ୍ୱରେ ଲାଗିବ ମୁହାଁଟି । ପ୍ରଥମେ ପାଞ୍ଚ ଦଣ୍ଡାରୁ କାର୍ଯ୍ୟାରମ୍ଭ ହେବ । ମୁଖ୍ୟ ବିଶ୍ୱକର୍ମା ଅନୁକୂଳ କଲେ ଦଣ୍ଡା ତିଆରି ଶୁଭାରମ୍ଭ କରାଯିବ । 

ସେପଟେ ଦୋଳବେଦିରେ ଦଣ୍ଡା ବିଡ଼ିଆ ଓ ଘଡ଼ିମୁହଁ କଣ୍ଟା ତିଆରି ଆରମ୍ଭ ହୋଇଛି । ଦୋଳବେଦି ଶାଳରେ ଏହି ଦୁଇ କଣ୍ଟା ତିଆରୁଛନ୍ତି ଓଝା ସେବକ । ଶୁକ୍ରବାର ସୁଦ୍ଧା ତିନି ରଥର ୨୯  ଚକ ତିଆରି ସରିଛି । ରଥର ନିରାଡ଼ି କାମ ସରିବା  ଉପରେ । ଶୁକ୍ରବାର ଧଉରା ଓ ସାହାଜ କାଠରେ  ମୁହାଁଟି ତିଆରି ଆରମ୍ଭ ହୋଇଛି । ମୁହାଁଟିରେ ବିନ୍ଧ  ପୂର୍ବରୁ ଅନୁକୂଳ ହୁଏ କୁହନ୍ତି ପ୍ରମୁଖ ବିଶ୍ୱକର୍ମା  ରଘୁନାଥ ସୁବୁଦ୍ଧି । ପ୍ରତି ରଥ ପାଇଁ ୪ଟି ଲେଖାଏଁ  ମୁହାଁଟି ଓ ୪ଟି କରି ନିରାଡ଼ି ତିଆରି ହୋଇଥାଏ । 

ଯନ୍ତା ଗାଡ଼ରେ ପକାଇ ଭୋଇ ସେବକ ସିଙ୍ଗଡ଼ା  (ଅର ସଂଯୁକ୍ତ ତୁମ୍ବ) ପ୍ରସ୍ତୁତ କରୁଛନ୍ତି । ରଥଖଳାରେ ପହିରେ ବିନ୍ଧ ସରି ବିଲେଇ ବାଡ଼ିଆ ପଦ୍ଧତିରେ  ଚକ ପ୍ରସ୍ତୁତ ହେଉଛି । ଏଥିପାଇଁ କୀଳା ତିଆରି  କରାଯାଉଛି । ପନ୍ଦାରୀ ଓ ବଳା ଲାଗି ହେଉଛି । ପହିକୁ ପହି ଖାପ କରିବା ସହ କଳସା କାମ ଚାଲିଛି । କୋଣ ଗୁଜ ଓ ତୀଖଗୁଜରେ ରୂପକାରମାନେ ଖୋଦେଇ  କରିବାରେ ବ୍ୟସ୍ତ । ଗୁଜରେ ଶ୍ରୀନୃସିଂହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶୋଭାପାଉଛି । ପିଢ଼ି ପରେ ପିଢ଼ି ଠାକୁରଙ୍କ  କାର୍ଯ୍ୟରେ ଲାଗିଛନ୍ତି ନିର୍ମାଣକାରୀ ସେବକ ।

ମୂଳଦୁଆରେ ଲାଗିବ ‘ଦଣ୍ଡା ବିଡ଼ିଆ, ଘଡ଼ିମୁହଁ କଣ୍ଟା’

ଦଣ୍ଡା ହେଉଛି ରଥର ମୂଳଦୁଆ । ଆଗେ ଚକ-ଅଖ ସଂଯୋଗ ହେବ । ଅଖ ଉପରେ ରହିବ ଦଣ୍ଡା । ଦଣ୍ଡା  ଓ ଅଖକୁ ସଂଯୁକ୍ତ କରିବ ଅଖ କଣ୍ଟା । ଏହି କଣ୍ଟା ଦୁଇ ପ୍ରକାର । ଦଣ୍ଡା ବିଡ଼ିଆ (ଚଉରସ) ଓ ଅଗପାତଳି  (ଘଡ଼ିମୁହଁ) କଣ୍ଟା । ଦଣ୍ଡାର ଚାରି ପାଶ୍ୱର୍ରେ ଘଡ଼ିମୁହଁ ଓ ମଧ୍ୟ ସ୍ଥଳରେ ଦଣ୍ଡାବିଡ଼ିଆ କଣ୍ଟା ଲାଗିବ । ଘଡ଼ିମୁହଁ କଣ୍ଟା  ୧୫ ଇଞ୍ଚରୁ ୨୨ ଇଞ୍ଚ ଲମ୍ବ । ଉପର ଛତି ବା ଘଡ଼ି ଭଳି ଅଗପତଳା । ଦଣ୍ଡାବିଡ଼ିଆ କଣ୍ଟା ୧୧ ଇଞ୍ଚରୁ ୧୪ ଇଞ୍ଚ  ରହିବ । ଏହାର ଅନ୍ୟନାମ ଚଉରସ କଣ୍ଟା । ତୁମ୍ବର ବାହାର ପଟେ ଘଡ଼ିମୁହଁ ଓ ଭିତର ପଟେ ଲାଗିବ ଦଣ୍ଡାବିଡ଼ିଆ  କଣ୍ଟା । ଏବେ ଦୋଳବେଦି କମାରଶାଳରେ ଦଣ୍ଡାବିଡ଼ିଆ ଓ ଘଡ଼ିମୁହଁ କଣ୍ଟା ତିଆରୁଛନ୍ତି ଠାକୁରଙ୍କ ଓଝା ସେବକ ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.