ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶରଧାବାଲିରେ ତିନି ରଥ: ସନ୍ଧ୍ୟାରେ ଜନ୍ମବେଦିକୁ ବିଜେ କରିବେ ବିଶ୍ୱନିୟନ୍ତା, ବୁଧବାର ମିଳିବ ଆଡ଼ପ ଅବଢ଼ା

ପୁରୀ,୦୯/୦୭: ଜନ୍ମବେଦି  ଆଗରେ ଉଭା ହୋଇଛନ୍ତି ବିଶ୍ୱନିୟନ୍ତା । ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଅତି ନିକଟରୁ ଦେଖି ଆନନ୍ଦାଶ୍ରୁରେ ବିଗଳିତ ଶରଧାବାଲି । ଶ୍ରୀଗୁଣ୍ଡିଚା ମନ୍ଦିର  ସିଂହଦ୍ୱାର ସମ୍ମୁଖରେ ତିନି ରଥ । ତାଳଧ୍ୱଜ ରଥ ଦିନ  ୧୨.୩୫ରେ, ଦର୍ପଦଳନ ୧.୪୦ରେ  ଓ ନନ୍ଦିଘୋଷ ୨.୩୫ରେ ପହଞ୍ଚି ଥିଲେ।

ରଥଯାତ୍ରା  2024 ର photo, video ଏବଂ ଅଧିକ ଖବର ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ

ମଙ୍ଗଳବାର ସକାଳୁ ଦୈନନ୍ଦିନ ନୀତି ଅପରାହ୍ନ ପର୍ଯ୍ୟନ୍ତ ଗୋଟିକ ପରେ ଗୋଟିଏ ହେବ । ଅପରାହ୍ନ ପ୍ରାୟ ସାଢ଼େ  ୪ଟାରେ ଦାରୁବ୍ରହ୍ମମାନେ ଜନ୍ମବେଦିକୁ ବିଜେ କରିବେ ।  ପ୍ରଥମେ ଘୋଡ଼ା ଖୋଲା ଯାଇ ଚାରମାଳ ବନ୍ଧାଯିବ । ପରେ  ମହାପ୍ରଭୁ ପହଣ୍ଡି ବିଜେ କରିବେ । ମହାପ୍ରଭୁଙ୍କ ପହଣ୍ଡି ବିଜେ  ଶେଷ ପରେ ରହି ଯାଇଥିବା ନୀତି ଶ୍ରୀଗୁଣ୍ଡିଚା ମନ୍ଦିରରେ  ସମ୍ପନ୍ନ ହେବ । 

Also Read: ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ

ତେଣୁ ବୁଧବାର ଦିନ ଆଡ଼ପ ଅବଢ଼ା ବାହାରିବା ସ୍ପଷ୍ଟ  ହୋଇଛି । ଯାହାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି ।  ରଥଯାତ୍ରା ନିମନ୍ତେ ଉପବାସ ଓ ବ୍ରତ ପାଳନ କରୁଥିବା  ଶ୍ରଦ୍ଧାଳୁମାନେ ମଙ୍ଗଳବାର ଠାରୁ ଇନ୍ଦ୍ରଦ୍ୟୁମ୍ନ ସରୋବରରେ  ସ୍ନାନ କରି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଆରମ୍ଭ କରିବେ । ଆଡ଼ପ  ଅବଢ଼ା ରାନ୍ଧିବା ନିମନ୍ତେ ରୋଷଘର ଓ ମହାପ୍ରସାଦ ବିକ୍ରି ସହ  ପରିବେଷଣ ନିମନ୍ତେ ଆନନ୍ଦ ବଜାର ସଫେଇ କରାଯାଇ ପ୍ରସ୍ତୁତ ରହିଛି ।   

ସୂଚନା ମୁତାବିକ, ରବିବାର ଭକ୍ତଙ୍କ ପ୍ରବଳ ଗହଳିରେ  ଲୋକାରଣ୍ୟ ହୋଇ ଉଠିଥିବା ଶ୍ରୀକ୍ଷେତ୍ରରେ ସୋମବାର ଗହଳି ସାମାନ୍ୟ କମ୍‌ ଥିଲା। ଅଧିକାଂଶ ଶ୍ରଦ୍ଧାଳୁ  ପ୍ରବଳ ଭିଡ଼ ଭିତରେ  ଶ୍ରୀଜିଉଙ୍କୁ ରଥ ଉପରେ ଭଲଭାବେ ଦର୍ଶନ କରିପାରିନଥିଲେ କିମ୍ବା ରଥ ଦଉଡ଼ି ଟାଣି ପାରିନଥିଲେ। ମହାପ୍ରଭୁଙ୍କୁ ଆଜି ଭକ୍ତି ନିବେଦନ  କରିବା ପରେ ରଥ ଟାଣିଥିଲେ ।  ଅନେକ ଭକ୍ତ ଠାକୁରଙ୍କ ସାନିଧ୍ୟ  ପାଇବା ନିମନ୍ତେ ବଡ଼ଦାଣ୍ଡ ସମେତ  ବିଭିନ୍ନ ରାସ୍ତା ପାଶ୍ୱର୍ରେ ପରିବାର  ସହ ଅଟକି ରହିଥିଲେ । ସକାଳୁ  ନିତ୍ୟକର୍ମ ସାରି ଠାକୁରଙ୍କ ଦୈନନ୍ଦିନ  ପ୍ରାତଃ ନୀତିକୁ ରଥ ଉପରେ ଦର୍ଶନ  କରି ଧନ୍ୟ ହୋଇଥିଲେ । ତୁଳସୀ  ଓ ପ୍ରସାଦ ପାଇ ଆତ୍ମବିଭୋର  ହୋଇଥିଲେ । ଏହି ପରମ ଆନନ୍ଦ  ବୟାନ କରିବା ସାଧାରଣ ମଣିଷ  ପକ୍ଷେ ସମ୍ଭବ ନୁହେଁ ।  ରବିବାର ଘୋଷଯାତ୍ରାରେ ବଡ଼  ଠାକୁରଙ୍କ ତାଳଧ୍ୱଜ ଓ ମା’ ସୁଭଦ୍ରାଙ୍କ  ଦେବଦଳନ କିଛି ବାଟ ଯାଇ ଅଟକି  ରହିଥିଲା । ମାତ୍ର ଶ୍ରୀ ଜଗନ୍ନାଥଙ୍କ  ନନ୍ଦିଘୋଷ ଅଳ୍ପ ଗଡ଼ି ସିଂହଦ୍ୱାର  ସମ୍ମୁଖରେ ଅଟକି ରହିଥିଲା । ରଥ  ଅଟକି ରହିଥିବା ସ୍ଥାନରୁ ଆଜି ରଥଟଣା  ଆରମ୍ଭ ହୋଇଥିଲା । ଅଝଟ ନକରି  ଭାଇ ଭଉଣୀଙ୍କ ସହ ଅତି ଆନନ୍ଦରେ  ଭକ୍ତ ମେଳରେ ଭକ୍ତବତ୍ସଳ ମହାପ୍ରଭୁ  ଶ୍ରୀ ଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିର  ନିକଟରେ ପହଞ୍ଚି ଯାଇଥିଲେ । 

Also Read:  ଜୁଲାଇ ୧୪ରେ ଖୋଲିବ ରତ୍ନଭଣ୍ଡାର ! ସରକାରଙ୍କୁ ତଦାରଖ କମିଟିର ପ୍ରସ୍ତାବ

ସୋମବାର ସକାଳ ୮ଟା ସୁଦ୍ଧା  ମଙ୍ଗଳ ଆଳତି ଶେଷ ହେବା ପରେ  ଅବକାଶ ଓ ୯ଟା ୧୦ରେ ବେଶ ଶେଷ  ହୋଇଥିଲା । ୯.୨୦ରେ ରଥ ଟଣା  ଆରମ୍ଭ ହୋଇଥିଲା । ଘର୍ଘର ନାଦ କରି  ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ  ରଥକୁ ବେଶ ଆନନ୍ଦରେ ଶ୍ରୀଗୁଣ୍ଡିଚା  ମନ୍ଦିର ଅଭିମୁଖେ ଟାଣି ନେଇଥିଲେ  ଭକ୍ତ । ବଡ଼ ଠାକୁରଙ୍କ ରଥ ପଛେ ପଛେ  ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ  ଭକ୍ତମାନେ ଟାଣି ନେଇଥିଲେ।  ଶେଷରେ ଭକ୍ତଙ୍କ ଗହଳରେ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା  ଯାଇଥିଲା। 



  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.