ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଶ୍ରାଦ୍ଧ କରିବାକୁ ବସିପାରିବେନି, ବ୍ରାହ୍ମଣଙ୍କୁ ପରିକ୍ରମା ମାର୍ଗ ମନା

ପୁରୀ, ୪।୯: ବ୍ରାହ୍ମଣଙ୍କୁ ବାଇଶି ପାହାଚରେ ଶ୍ରାଦ୍ଧ କରିବାକୁ ସମ୍ପୂର୍ଣ୍ଣ କଟକଣା ଲଗାଯିବା ପରେ ଏବେ ପରିକ୍ରମା ମାର୍ଗରୁ ବି ସେମାନଙ୍କୁ ତଡ଼ିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଶ୍ରାଦ୍ଧ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ରାହ୍ମଣମାନଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ବସିବା ପାଇଁ ଅନୁମତି ଦିଆଯିବ ନାହିଁ । ସେମାନେ ମାର୍କଣ୍ଡ ପୁଷ୍କରିଣୀ କିମ୍ବା ଶ୍ୱେତଗଙ୍ଗା ପୁଷ୍କରିଣୀ ନିକଟରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପାଦନ କରିବେ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ଦୁଇଦିନ ତଳେ ବସିଥିବା ପରିଚାଳନା କମିଟିର ଏହି ନିଷ୍ପତ୍ତି ଜାଣିବା ପରେ ପରିକ୍ରମା ମାର୍ଗରେ ବସି ଶ୍ରଦ୍ଧାଳୁଙ୍କ ପିତୃପୁରୁଷଙ୍କ ଉଦ୍ଧାର ନିମନ୍ତେ ପିଣ୍ଡଦାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ରହ୍ମଣମାନେ ଦୁଃଖ ପ୍ରକାଶ କରିଛନ୍ତି । 

ଦେଶର ୪ ଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପ୍ରସିଦ୍ଧ । ଶ୍ରୀମନ୍ଦିର କଳ୍ପବଟଠାରୁ ତୀର୍ଥରାଜ ମହୋଦଧି ପର୍ଯ୍ୟନ୍ତ ପ୍ରତିଟି ରେଣୁରେ ମୁକ୍ତି ପ୍ରଦାନକାରୀ ଶକ୍ତି ରହିଛି । ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ କୁଣ୍ଡ, ବାହାରେ ଥିବା ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମହୋଦଧି ପବିତ୍ର ତୀର୍ଥ ଭାବେ ବେଶ ଜଣାଶୁଣା । କାହିଁ କେଉଁ ଅନାଦି ସମୟରୁ ଶ୍ରୀମନ୍ଦିର ନିକଟ କିମ୍ବା ତୀର୍ଥ ସ୍ଥଳ ନିକଟରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ମହାପ୍ରସାଦ ଦେଇ ବ୍ରାହ୍ମଣଙ୍କୁ ସନ୍ତୁଷ୍ଟ କରି ଆସୁଛନ୍ତି । ମାତ୍ର ସେମାନଙ୍କୁ ବିରୋଧ କରାଯିବା ଶ୍ରାଦ୍ଧ କାର୍ଯ୍ୟ ସମ୍ପାଦନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ରାହ୍ମଣଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.