ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଭୋପାଳରୁ ଆସିଲା ରିପୋର୍ଟ, ଡେଲାଙ୍ଗ ଓ ନିମାପଡ଼ାରେ ସଂକ୍ରମିତ ହୋଇଛି ବାର୍ଡ ଫ୍ଲୁ

କଣାସ,୦୧/୦୯: ଭୋପାଳରୁ ଆସିଲା ବାର୍ଡ ଫ୍ଲୁ ଟେଷ୍ଟ ରିପୋର୍ଟ । ଡେଲାଙ୍ଗ ଓ ନିମାପଡ଼ା ଅଞ୍ଚଳରେ ସଂକ୍ରମିତ ହୋଇଛି ବାର୍ଡ ଫ୍ଲୁ । ପ୍ରାଣୀସମ୍ପଦ ବିଭାଗର ଆରଆର ଟିମ୍ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଆରମ୍ଭ କଲେ କୁକୁଡ଼ା ମରା ଅଭିଯାନ । ଡେଲାଙ୍ଗର ମୋଟରି ଅଞ୍ଚଳରେ ପ୍ରାୟ ୭୦ଟି କୁକୁଡା ଫାର୍ମର ୧୦ହଜାର କୁକୁଡା ଏବଂ ନିମାପଡ଼ାର କୋଠକୋସଙ୍ଗ ଅଞ୍ଚଳରେ ପ୍ରାୟ ୫୦ ଟି ଫାର୍ମର ୧୦ ହଜାର କୁକୁଡ଼ା ମାରିବାର ଲକ୍ଷ୍ୟ ରଖାଯାଇଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୨୯ ତାରିଖ ଅର୍ଥାତ ଗୁରୁବାରରେ ଡେଲାଙ୍ଗ ଓ ନିମାପଡ଼ା ଅଞ୍ଚଳର କୁକୁଡ଼ାଙ୍କ ନମୁନା ଟେଷ୍ଟ କରିବା ପାଇଁ ଭୋପାଳ ପଠାଯାଇଥିଲା । ତେବେ ସେପ୍ଟେମ୍ୱର ୧ ଅର୍ଥାତ ରବିବାର ଏହି ଟେଷ୍ଟର ରିପୋର୍ଟ ଆସିଛି । ଡେଲାଙ୍ଗ ଓ ନିମାପଡ଼ା ଅଞ୍ଚଳର କୁକୁଡ଼ା ବାର୍ଡ ଫ୍ଲୁ ପଜେଟିଭ୍‌ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି । ବାର୍ଡ ଫ୍ଲୁ ଚିହ୍ନଟ ହେବାପରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ । ନିମାପଡ଼ାର କୋଠକୋସଙ୍ଗ ଓ ଡେଲାଙ୍ଗର ମୋଟରି ଅଞ୍ଚଳରେ ଆରଆର ଟିମ ପହଞ୍ଚିଲେଣି । ଉଭୟ ସ୍ଥାନରେ ଆରଆର ଟିମର ୪୦ ଜଣିଆ ସଦସ୍ୟ ରହିଛନ୍ତି । 

ତେବେ ରବିବାର ଆରଆର ଟିମ ସଦସ୍ୟଙ୍କର ରକ୍ତ ନମୁନା ସଂଗ୍ରହ କରି ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ଏହା ପରେ କିଭଳି କୁକୁଡ଼ା ମରାଯିବ ଓ ମଲା କୁକୁଡ଼ାକୁ କିଭଳି ପୋତାଯିବ, ସେ ନେଇ ଟ୍ରେନିଂ ଦିଆଯିବା ପରେ ଅପରାହ୍ନରେ କୁକୁଡ଼ା ମରା ଯାଇ ପାରେ ବୋଲି ଖବର ମିଳିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.