ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ

ପୁରୀ,୧୪/୦୯: ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ  ଲୀଳା ପାଇଁ ଶୁକ୍ରବାର ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ଗୋପପୁରରୁ ମଥୁରାନଗରୀ ପର୍ଯ୍ୟନ୍ତ ସବୁଠି ଚାଲିଥିଲା ଦ୍ୱାପର  ଯୁଗର ଲୀଳାଖେଳା । ସକାଳ ପ୍ରହରୁ ଶ୍ରୀମନ୍ଦିର ଓ  ଲୀଳା ସଂପୃକ୍ତ ସେବକଙ୍କ ପରିବାର(ଗୋପପୁର)  ଥିଲା ଚଳଚଞ୍ଚଳ । ଅପରାହ୍ନରୁ ପବିତ୍ର ବଡ଼ଦାଣ୍ଡ  ମଥୁରାନଗରୀ ପାଲଟିଗଲା । ଜଗନ୍ନାଥବଲ୍ଲଭ  ମଠ ନିକଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ଚାଲିଲା  ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳାଖେଳା । ଶ୍ରୀରାମକୃଷ୍ଣ  ମଲବଣିଖିଆ ମଣ୍ଡପରେ ବିଜେ ହୋଇ ଯଶୋଦା  ଓ ରୋହିଣୀଙ୍କ(ମହାଭୋଇ ପରିବାରର  ବୋହୂମାନଙ୍କ) ହାତରେ ଲବଣୀ ଖାଇଲେ ।  ବଡ଼ଦାଣ୍ଡରେ ମଲ୍ଲ ଓ ମହନ୍ତଙ୍କୁ ପରାସ୍ତ କରଥିଲେ ।  ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରବଳ  ପ୍ରତାପୀ ରାକ୍ଷସ ରାଜା କଂସଙ୍କୁ ଶ୍ରୀକୃଷ୍ଣ ବବଧ  କରିଥିଲେ । ଉଗ୍ରସେନ ଶ୍ରୀମନ୍ଦିର ପ୍ରଶାସନରୁ  ଶାଢୀ ପ୍ରାପ୍ତ ହୋଇ ରାଜା ହୋଇଥିଲେ ।  ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦେବନୀତି  ଦେଖି ଧନ୍ୟ ହୋଇଥିଲେ । ତେବେ ପରମ୍ପରା  ମୁତାବକ ଶ୍ରୀନହର ସମ୍ମୁଖରେ କୁବୁଜା ଉଦ୍ଧାର  ନୀତି ନହୋଇ ବିଳମ୍ବରେ ନୀତି ପାଳନ ହେବାରେ  କିଛି ସେବକ ଅସନ୍ତୋଷ ପ୍ରକାଶ କରିଥିଲେ ।   

ମହାପ୍ରଭୁଙ୍କର କୃଷ୍ଣଲୀଳା ତଥା ଲବଣିଖିଆ, ମଥୁରାହାଟ ଯୁର ଓ କଂସ ବଧ ଆଦି ନୀତି ପାଇଁ ବଡ଼ଦେଉଳରେ ପ୍ରସ୍ତୁତି  ହୋଇଥିଲା । ଶୁକ୍ରବାର ଯଥାବିଧି ନୀତି ବଢ଼ି  ମହାଜନ ସେବକମାନେ ଶ୍ରୀକୃଷ୍ଣ-ବଳରାମଙ୍କୁ  ରତ୍ନ ସିଂହାସନକୁ ବିଜେ କରାଇଥିଲେ । ଶ୍ରୀକୃଷ୍ଣ  ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଓ ବଳରାମ ବଡ଼ଠାକୁରଙ୍କ  ବାଡରେ ବିଜେ ହୋଇଥିଲେ । ଠାକୁରେ ଆଜ୍ଞାମାଳ  ପାଇ ବଟଦୁଆରେ ଥିବା ପାଲିଙ୍କିରେ ବିଜେ  ହେଲେ । ପଟୁଆରରେ ବିମାନବଡ଼ୁମାନେ  ପାଲିଙ୍କି ନେଇ ଶ୍ରୀମନ୍ଦିରରୁ ବାହାରି ଲବଣିଖିଆ  ମଣ୍ଡପଠାରେ ବିଜେ ହୋଇଥିଲେ । ମଣ୍ଡପରେ  ପହଞ୍ଚିବା ପୂର୍ବରୁ ମହାଭୋଇମାନେ ଠାକୁରଙ୍କ  ବାଟବରଣ କରିଥିଲେ । ମହାଭୋଇ ପରିବାରର  ବୋହୂମାନେ ଦୁଇ ବିଗ୍ରହଙ୍କୁ ଅର୍ଘ୍ୟ ବନ୍ଦାପନା  କରିଥିଲେ । ମହାଭୋଇଙ୍କ ପ୍ରଦତ୍ତ ସର,  ଲବଣୀ, ମାଖନ ଭୋଗ ଲାଗିଥିଲା । ଭିତରଛୁ  ମହାପାତ୍ରେ ବନ୍ଦାପନା କଲା ପରେ ମହାପ୍ରଭୁ  ବିମାନକୁ ବିଜେ ହୋଇ ପୁନଃ ବଡ଼ଦାଣ୍ଡ  ତଥା ମଥୁରାନଗରୀକୁ ବିଜେ କରିଥିଲେ ।  

ମରିଚି ଠାକୁରାଣୀଙ୍କ ସମ୍ମୁଖରେ ମଲ୍ଲଯୁଦ୍ଧ ପ୍ରସ୍ତାବ  ହୋଇଥିଲା । ମାଟିମଣ୍ଡପ ସାହି ଉତ୍ତର ଆଖଡ଼ାରୁ  ମାଲ(ମଲ୍ଲ), ମହନ୍ତ, ଶ୍ରୀକୃଷ୍ଣ ଓ ବଳରାମ ଚରିତ୍ର  ବାହାରି ଠାକୁରଙ୍କ ନୀତିରେ ସାମିଲ ହୋଇଥିଲେ ।  କୁବୁଜା ଉଦ୍ଧାର ନୀତି ସମ୍ପନ୍ନ ହୋଇଥିଲା ।  ଠାକୁରେ ସିଂହଦ୍ୱାର ସମ୍ମୁଖରେ ଲକ୍ଷି ଉଦର  ସାମ୍ନା କାଠ ସିଂହାସନ ଉପରେ ପାଲିଙ୍କି ସହିତ  ବିଜେ ହୋଇଥିଲେ । ସେଠାରେ କୁବଳୟା ରଜ  ପ୍ରସ୍ତାବ ଓ କଂସ ବଧ ନୀତି ଅନୁଷ୍ଠିତ ହୋଇଥିଲା। 

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.