ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବାଲୁଖଣ୍ଡ ଅଭୟାରଣ୍ୟରେ ଜନ୍ମ ନେଲା କୃଷ୍ଣସାର

କୋଣାର୍କ,‌ ୧୪।୯ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଏକ କୃଷ୍ଣସାର ଛୁଆ ଜନ୍ମ ନେଇଛି। ଛୁଆ କୃଷ୍ଣସାର ମୃଗର ଓଜନ ପ୍ରାୟ ୩ କିଲୋ ରହିଛି। 

ସୂଚନାନୁଯାୟୀ, ଗତ ଜୁନ ୧୮ ତାରିଖରେ ନନ୍ଦନକାନନ ଚିଡ଼ିଆଖାନାରୁ କୋଣାର୍କରେ ପହଞ୍ଚିଥିଲେ ୧୦ଟି ବିରଳ କୃଷ୍ଣସାର ମୃଗ। ଏମାନଙ୍କ ମଧ୍ୟରେ ୬ଟି ମାଈ ଓ ୪ଟି ଅଣ୍ଡିରା ଅଛନ୍ତି। କୃଷ୍ଣସାରଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧିନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ଵତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଦୈନିକ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି। ଖାଇବାକୁ ସ୍ଵତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ଵରେ ବନପାଳ କୈଳାସ ନାୟକ, ଯୋଗେନ୍ଦ୍ର ପ୍ରଧାନଙ୍କ ସମେତ ୬ ଜଣ କର୍ମଚାରୀ ନିୟୋଜିତ ହୋଇଥିବା କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି। 

୮୭ ବର୍ଗ କି.ମି ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଜନବସତି ଓ ପୁରୀ-କୋଣାର୍କ ବେଳାମାର୍ଗ ଅବସ୍ଥିତ। ଏହି ଅଭୟାରଣ୍ୟରେ ଚିତ୍ରିତା ହରିଣ, କଳାବାଉଟିଆ, ଗଧିଆ, ବିଲୁଆ, ଠେକୁଆ, ହେଟାବାଘ ଆଦି ବିଭିନ୍ନ ପ୍ରକାର ସରୀସୃପ ତଥା ବିରଳ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳିଥାଏ। ଅଭୟାରଣ୍ୟରେ କୃଷ୍ଣସାର ମୃଗ ଦାୟିତ୍ଵ ନେବା ସହିତ ଯେଭଳି ଜନବସତି ମୁହାଁ ହେବେ ନାହିଁ ସେ ଦିଗରେ ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.