ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବାର୍ଡ ଫ୍ଲୁ ପରେ ଛେଳି ମଡ଼କ! ସପ୍ତାହରେ ମଲେଣି ୨ ଚାଷୀଙ୍କ ୨୩ ଛେଳି

ଅସ୍ତରଙ୍ଗ,୦୭/୦୯: ବାର୍ଡ ଫ୍ଲୁ ଆତଙ୍କ ପରେ ଏବେ  ଛେଳି ମଡ଼କ ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଛେଳି ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ସପ୍ତାହକ ଭିତରେ  ୨ଜଣ ଚାଷୀଙ୍କ ୨୩ରୁ ଊଦ୍ଧ୍ୱର୍ ଛେଳି ଅଜଣା ରୋଗର ଶିକାର  ହୋଇ ମୃତ୍ୟୁମୁଖରେ ପଡିଛନ୍ତି । ରୋଗ ନିରୂପଣ କରିବାରେ  ପ୍ରାଣୀଧନ ବିଭାଗ ସକ୍ଷମ ହେଉ ନ ଥିବାରୁ ଅଜଣା ରୋଗ  ଗାଁରୁ ଗାଁ ବ୍ୟାପିବାରେ ଲାଗିଥିବା ସ୍ଥାନୀୟ ଅଞ୍ଚଳର ଛେଳି  ଚାଷୀମାନେ ଅଭିଯୋଗ କରିଛନ୍ତି । 

ସୂଚନା ମୁତାବକ, ପୁରୀ  ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାରିଆ ଗ୍ରାମର ଅମରେଶ୍ୱର ବସ୍ତିୟାଙ୍କ ୩ଟି  ଛେଳି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ଅମରେଶ୍ୱର  ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଅସୁସ୍ଥ ଛେଳିଙ୍କୁ ନେଇଥିବାବେଳେ  ସେଠାରେ ସମସ୍ତ ଛେଳି ମୃତ୍ୟୁବରଣ କରିଥିଲେ । ଛେଳି ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ବ୍ୟବଚ୍ଛେଦ  ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି  ଅମରେଶ୍ୱର ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ସେହିପରି  ବଳଭଦ୍ରପୁର ଗ୍ରାମର ସନ୍ତୋଷ କୁମାର କାଣ୍ଡିଙ୍କ ଗତ ୫ଦିନ  ମଧ୍ୟରେ ୨୦ଟି ଛେଳି ଅଜଣା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ  ହରାଇଥିବାବେଳେ ଅବଶିଷ୍ଟ ୨୦ଟି ଛେଳି ସାମାନ୍ୟ ଅସୁସ୍ଥ  ଥିବା ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ  ଅଞ୍ଚଳର ଅନେକ ଛେଳି ଚାଷୀ ଚିନ୍ତିତ ହୋଇପଡିଛନ୍ତି । ଦିନକୁ  ଦିନ ଛେଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତୁରନ୍ତ ଏଦିଗରେ  ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି । 

ଏ  ନେଇ ଅସ୍ତରଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ଶୁଭଶ୍ରୀ  ପ୍ରଧାନ କହିଛନ୍ତି, ବର୍ଷା ଋତୁରେ ପିପିଆର ରୋଗ ପ୍ରାୟତଃ  ଛେଳିଙ୍କ ଦେହରେ ଦେଖାଯାଏ । ଏହି ରୋଗ ପାଇଁ ଅସ୍ତରଙ୍ଗର  ୭୦ରୁ ୮୦ ଭାଗ ଅଞ୍ଚଳରେ ଟିକାକରଣ ହୋଇଛି । ଯଦି ଛେଳି  ଦେହରେ ଏହି ରୋଗ ହୋଇଛି ତୁରନ୍ତ ଚାଷୀମାନେ ନିକଟସ୍ଥ  ପ୍ରାଣୀ ଚିକିତ୍ସାଳୟରେ ଦେଖାକରନ୍ତୁ । ଛେଳିଠାରେ ଜ୍ୱର, ଝାଡା,  ମୁହଁ, ଆଖି, ନାକରୁ ପାଣି ବାହାରିବା ଲକ୍ଷଣ ଦେଖାଗଲେ  ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରିବାକୁ ଶୁଭଶ୍ରୀ  ସୂଚନା ଦେଇଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳ ଯୁବକ ତଥା  ସମାଜସେବୀ ଦଷ୍ମନ୍ତ କୁମାର ପରିଡା କହିଛନ୍ତି, ବିଭାଗୀୟ  ଅଧିକାରୀ ଓ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଏହି ଘଟଣାକୁ ଗୁରୁତ୍ୱ ଦେଇ ଟିକାଦେବାର ବ୍ୟବସ୍ଥା କରନ୍ତୁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.