ପ୍ରମୂଖ ଖବର

'ଡନ୍-୩' ରେ ଲାଗି ପାରେ ରୋକ୍ , ଏହି କାରଣକୁ ହେଉଛି ଚର୍ଚ୍ଚା

ମୁମ୍ୱାଇ : ଫରହାନ ଅଖତରଙ୍କର ଫିଲ୍ମ ଡନ୍-୩ ବହୁ ପ୍ରତୀକ୍ଷିତ ଫିଲ୍ମ ଗୁଡ଼ିକ ମଧ୍ୟରୁ ଗୋଟିଏ। ଏଥିରେ ଶାହରୁଖ ଖାନଙ୍କୁ ରିପ୍ଲେସ୍‌ କରି ରଣବୀର ସିଂହଙ୍କୁ ନିଆ ଯାଇଛି। ଏହି ଫିଲ୍ମର ଘୋଷଣା କିଛି ଦିନ ପୂର୍ବେ କରାଯାଇ ଥିଲା। ରଣବୀରଙ୍କ ଅପୋଜିଟ୍‌ରେ ରହିବେ ଅଭିନେତ୍ରୀ କିଆରା ଆଡଭାନୀ। ଡନ୍‌ ଫ୍ରାଞ୍ଚାଇଜିର ୩ୟ ପାର୍ଟର କାହାଣୀକୁ ଫରହାନଙ୍କ ସହ ପୁଷ୍କର-ଗାୟତ୍ରୀ ଓ ସୁଜଲ ମିଶି ଲେଖିଛନ୍ତି। ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟରେ ଫ୍ଲୋରକୁ ଆସିବ , କିନ୍ତୁ ଏବେ ଯେଉଁ ଖବର ଆସୁଛି , ଏହାପରେ ଏମିତି ଲାଗୁଛି କି ଯୋଜନାରେ ପରିବର୍ତ୍ତନ କରାଯାଇଛି।

ଫରହାନ ଅଖତର ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି କି, ସେ ନିଜର ନୂଆ ଫିଲ୍ମର ସୁଟିଂ ଜୁଲାଇରେ ଆରମ୍ଭ କରିବେ, ଯେଉଁଥିରେ ସେ ଲିଡ୍‌ ରୋଲ୍‌ କରିବେ। ଏବେ ସେ କେବଳ ଏହା ଉପରେ ଫୋକସ କରିବାକୁ ଚାହାନ୍ତି। ଏବେ ଫିଲ୍ମକୁ ନେଇ ଅଧିକ ସୂଚନା ଆସିନାହିଁ। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବିକ, ଡନ୍‌-୩ର ନିକଟତମ ସୂତ୍ରାନୁସାରେ ମେକର୍ସଙ୍କୁ ଏବେ ଖଳନାୟକ ରୋଲ୍‌ ପାଇଁ ଆକ୍ଟରଙ୍କୁ ଫାଇନାଲ କରିବାରେ ସମୟ ଲାଗୁଛି। ଏମିତି ବି ଗୁଜବ ଚାଲିଛି କି, ଇମ୍ରାନ ହାସମୀ ଫିଲ୍ମରେ ରହି ପାରନ୍ତି, କିନ୍ତୁ ଅଭିନେତା ସୋସିଆଲ ମିଡ଼ିଆରେ ସ୍ପଷ୍ଟ କରିଛନ୍ତି ଯେ ଏହି ଖବରରେ କୌଣସି ସତ୍ୟତା ନାହିଁ। 

ସୂତ୍ରରୁ ଆହୁରି ଜଣାପଡ଼ିଛି କି , ଫିଲ୍ମର ଲେଖକ ଏବେ କାହାଣୀରେ ଆଉ କିଛି ଜିନିଷ ଯୋଡ଼ିବାକୁ ଚାହାଁନ୍ତି। ଏହିସବୁ କାରଣରୁ ଏମିତି ସମସ୍ୟା ହେଉଛି କି ମେକର୍ସ ଅଗଷ୍ଟରେ ରଣବୀର ସିଂହଙ୍କ ସହ ସୁଟିଂ ଆରମ୍ଭ କରିବେ। ଅନ୍ୟପଟେ ଦୀପିକା ସେପ୍ଟେମ୍ୱରରେ ଶିଶୁକୁ ଜନ୍ମଦେବେ। ଏମିତି ହୋଇପାରେ କି ଫିଲ୍ମକୁ ୨୦୨୪ର ଶେଷ ଯାଏ ପୋଷ୍ଟପୋନ କରି ଦିଆ ଯିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.