ନୂଆଦିଲ୍ଲୀ: ବିବାଦିୟ ମନ୍ତବ୍ୟ ଦେଇ ହରଡ଼ ଘଣାରେ ରଣବୀର ଆହ୍ଲାବାଦିଆ। ଇଣ୍ଡିଆ ଗଟ ଲାଟେଣ୍ଡ ନାମକ ଏକ ୟୁଟ୍ୟୁବ କାର୍ଯ୍ୟକ୍ରମରେ ଯୋଗଦେଇ ରଣବୀର ଜଣେ ପ୍ରତିଯୋଗୀଙ୍କୁ ନେଇ ବିବାଦିୟ ମନ୍ତବ୍ୟ ଦେଇଥିଲେ। ଯାହାର ଜବାବରେ ମଙ୍ଗଳବାର ମହାରାଷ୍ଟ୍ର ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ଯୁଟ୍ୟୁବର ସମୟ ରାଇନା, ରଣବୀର ଆହ୍ଲାବାଦିଆ, ଆଶିଷ ଚଞ୍ଚଲାନି ଓ ଅପୂର୍ବା ଝାଙ୍କ ସମେତ ଅନ୍ୟମାନଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି। ସାଇବର ବ୍ରାଞ୍ଚ ଏହି କମେଡି ଶୋର ଅନ୍ୟ ଏପିଶୋଡ ଗୁଡିକ ଦେଖି ସାରିବା ପରେ ଏହି ମାମଲା ରୁଜୁ କରିଛି ବୋଲି ସୂଚନା ମିଳିଛି।
ଏହି ମାମଲାରେ ପୂର୍ବରୁ ଆସାମ ପୋଲିସ ପକ୍ଷରୁ ମଧ୍ୟ ଅନ୍ୟ ଏକ ମାମଲା ଦାଏର କରାଯାଇଛି। ଗତ ସୋମବାର ଦିନ ଆସାମ ପୋଲିସ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ଓ କମେଡିଆନ ସମୟ ରାଇନାଙ୍କ ସହ ଅନେକ ଇନଫ୍ଲୁଏନସରହ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ସହ ସ୍ପଷ୍ଟ ଯୌନଗତ ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ରହିବା ଅଭିଯୋଗ କରି ଏହି ମାମଲା ଦାଏର କରାଯାଇଥିଲା।
ମହାରାଷ୍ଟ୍ର ପୋଲିସ ମୋଟ ୩୦ ଜଣଙ୍କ ନାମରେ ଏହି ମାମଲା ରୁଜୁ କରିଛି। ଏଥିରେ ରଣବୀର ଆହ୍ଲାବାଦିଆ, ରାକ୍ଷୀ ସାୱନ୍ତ, ଆଶିଷ ଚଞ୍ଚଲାନି ଓ ଅପୂର୍ବା ଝା, ଆଶିଷ ଚଞ୍ଚଲାନି ଓ ବଲରାଜ ଘାଇଙ୍କ ସମେତ ଅନେକଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ଅନେକ ଜଣଙ୍କୁ ପୋଲିସ ସମନ ମଧ୍ୟ ପଠାଇ ସରିଥିବା ଜଣାପଡିଛି। ଭାରତୀୟ ନ୍ୟାୟ ସଂହିତା ଓ ଇନଫର୍ମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ଅଧିନରେ ଥିବା ସେକ୍ସନ 67(ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ମାଧ୍ୟମରେ ଅଶ୍ଳୀଳ ସାମଗ୍ରୀର ପ୍ରସାରଣ) ଅନୁସାରେ ସମସ୍ତଙ୍କ ଉପରେ ମାମଲା ଦାଏର ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଆଜିର ଯୁବପିଢ଼ିକୁ ନେଇ ଆପତ୍ତିଜନକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହେଉଥିବା ଏହି କମେଡି ରିୟଲିଟି ସିରିଜ୍ ଟି ଲୋକପ୍ରିୟ ହୋଇପାରିଛି। ଏହି ଶୋ ରେ ଜଣେ ଜଜ୍ ରୁପେ ଯୋଗଦେଇ ଆଲ୍ଲାବାଦିଆ ଜଣେ ପ୍ରତିଯୋଗୀଙ୍କୁ ପିତାମାତା ଏବଂ ଯୌନ ସମ୍ପର୍କି ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ସମଗ୍ର ଦେଶରେ ବିବାଦ ବୃଦ୍ଧି ପାଇଛି। ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଆହ୍ଲାବାଦିଆ ସୋମବାର ଏକ୍ସରେ କ୍ଷମା ପ୍ରାର୍ଥନା କରିଥିଲେ। ଆହ୍ଲାବାଦିଆ ସ୍ୱୀକାର କରିଛନ୍ତି ଯେ, ତାଙ୍କର ଏଭଳି ମନ୍ତବ୍ୟ ଅନୁପଯୁକ୍ତ ଥିଲା। ଏପରିକି ଏହି ମନ୍ତବ୍ୟ ଜମା ମଜାଦାର ମଧ୍ୟ ନୁହେଁ। ୟୁଟ୍ୟୁବର ଆହ୍ଲାବାଦିଆ କ୍ଷମା ପ୍ରାର୍ଥନ କରିଥିଲେ ମଧ୍ୟ ବିଭନ୍ନ ସାମାଜିକ ଗଣମାଧ୍ୟମପରେ ତାଙ୍କୁ ଟ୍ରୋଲ କରାଯାଉଛି। ଅନ୍ୟପଟେ ଜାତିୟ ହ୍ୟୁମାନ ରାଇଟ୍ସ କମିଶନ ଏନେଇ ୟୁଟ୍ୟୁବକୁ ଏକ ପତ୍ର ଲେଖିଛନ୍ତି। ଯେଉଁଥିରେ ତାଙ୍କର ଏହି ବିବାଦିୟ ମନ୍ତବ୍ୟ ଥିବା ଭିଡିଓକୁ ହଟାଇବା ସମ୍ବଦ୍ଧରେ ଉଲ୍ଲେଖ ରହିଛି।