ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Ranbir Allahbadia: ରଣବୀର ଆହ୍ଲାବାଦିଆଙ୍କ କାନ୍ଦୁଥିବା ଭିଡିଓ ହେଲା ଭାଇରାଲ; ଜାଣନ୍ତୁ କଣ ରହିଛି ଭିଡିଓ ପଛର କାରଣ

Published By : Bijay Swain | February 13, 2025 5:16 PM

ନୂଆଦିଲ୍ଲୀ: କମେଡି ଶୋ ଇଣ୍ଡିଆସ ଗଟ ଲାଟେଣ୍ଡକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ଏହି ଶୋ କୁ ନେଇ ଆପରାଧିକ ମାମଲା ରୁଜୁ ହେବା ପରେ ଏହି ଶୋ ବନ୍ଦ ହୋଇଯାଇଛି। ଏହାକୁ ନେଇ ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ‘ମତେ ଖରାପ ଲାଗୁଛି, ମୋ ପାଇଁ ପୁରା ଟିମର କାମ ବନ୍ଦ ହୋଇଯାଇଛି’ ବୋଲି କହୁଥିବା ନଜରକୁ ଆସିଛନ୍ତି। 

ପୋଷ୍ଟ ହୋଇଥିବା ଭିଡିଓରେ ରଣବୀର କାନ୍ଦୁଥିବା ନଜରକୁ ଆସିଛନ୍ତି। “ମତେ ବହୁତ ଖରାପ ଲାଗୁଛି, କାରଣ ସବୁ କାମ ବନ୍ଦ ହୋଇଯାଇଛି। ମତେ ଦୋଷୀଦୋଷୀ ଅନୁଭବ ହେଉଛି। ପୁରା ଟିମ୍ କୁ ମୁଁ ଏକ୍ସପୋଜ କରିଦେଲି। ମୋ ପାଇଁ ପୁରା କାମ ବନ୍ଦ ପଡିଛି” ବୋଲି କାନ୍ଦିକାନ୍ଦି କହିଛନ୍ତି। 

ଏହାକୁ ନେଇ ଏବେ ବିଭିନ୍ନ ସୋଶିଆଲ ମିଡିଆ ୟୁଜର ମାନଙ୍କ ଭିତରେ ବାକ ବିତଣ୍ଡା ଆରମ୍ଭ ହୋଇଗଲାଣି। ଅନେକ ୟୁଜର ରଣବୀରଙ୍କୁ କ୍ଷମା ଦେବା ପାଇଁ କହୁଥିବା ବେଳେ ଅନେକ ତାଙ୍କ ସହ ଠିକ ହୋଇଛି ବୋଲି ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ପ୍ରକୃତ ଘଟଣା ହେଉଛି ଏହି ଭିଡିଓ ଅନେକ ଦିନ ତଳର। ତିନି ବର୍ଷ ତଳେ ରଣବୀର କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏକ ୮ ମିନିଟର ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ କାନ୍ଦୁଥିବାର ନଜରକୁ ଆସିଥିଲେ। 

ସୂଚନା ମୁତାବକ, ସମୟ ରାଇନାଙ୍କ କମେଡି ଶୋ ରେ ଜଜ୍ ରୁପେ ଯୋଗ ଦେଇ ରଣବୀର ଜଣେ ପ୍ରତିଯୋଗୀଙ୍କୁ ପିତାମାତାଙ୍କ ସହ ଯୌନ ସମ୍ପର୍କକୁ ନେଇ ଏକ ବିବାଦୀୟ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ସମଗ୍ର ଦେଶରେ ବିବାଦ ଆରମ୍ଭ ହୋଇଯାଇଥିଲା। ସୋଶିଆଲ ମିଡିଆ ୟୁଜର୍ସ ମାନେ ଏହି କମେଡି ଶୋ କୁ ବୟକଟ କରିବା ସହ ଉଭୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଏହି ଏପିଶୋଡଟିକୁ ୟୁଟ୍ୟୁବ ଇଣ୍ଡିଆ ଦ୍ୱାରା ଡିଲିଟ କରିଦିଆ ଯାଇଥିଲା। 

ରଣବୀର ସୋମବାର ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମଗିଛନ୍ତି। “ମୋ ପାଟିରୁ ଯାହାବି ବାହାରିଥିଲା ତାହା ଆଦୈ ଠିକ ନଥିଲା। ଏହା ମଜା ବି ନଥିଲା। କୋମେଡି ମୋ ଦ୍ୱାରା ହୁଏନି। ମୁଁ କେବଳ କ୍ଷମା ମାଗିବାକୁ ଆସିଛି। ଆପଣମାନଙ୍କ ମଧ୍ୟରୁ ଅନେକ ଏହା ପଚାରିଛନ୍ତି କି ମୁଁ ମୋ ପ୍ଲାଟଫର୍ମକୁ ଏହିପରି ବ୍ୟବହାର କରିବାକୁ ଚାହେଁ କି ନାହିଁ। ମୁଁ ଏମିତି କେବେବି ଚାହିଁବିନାହିଁ। ଯାହା ଘଟିଗଲା ମୁଁ ତା ପାଇଁ କୌଣସି ଯଥାର୍ଥତା କିମ୍ବା ଯୁକ୍ତି ଦେବିନାହଁ। ମୋପାଇଁ ଅନେକ ଜଣଙ୍କ ମୌଳିକତାରେ ଆଞ୍ଚ ଆସିଛି। ପରେ ଯେମିତି ଏ ଭଳି ଭୁଲ ନହୁଏ ତାହା ଉପରେ ମୁଁ ଧ୍ୟାନ ଦେବି। ମଣିଷ ମାନେ ଭୁଲ। ମୁଁ କରିଥିବା ଭୁଲକୁ ଆପଣମାନେ କ୍ଷମା କରନ୍ତୁ” ବୋଲି ଏହି ପୋଷ୍ଟରେ ସେ କହିଛନ୍ତି।

ତେବେ ଆହ୍ଲାବାଦିଆଙ୍କ ଏହି ବିବାଦିୟ ବୟାନ ପରେ ତାଙ୍କ ସହ ସମୟ ରାଇନା, ଅପୂର୍ବା ମକ୍ଷିଜାଙ୍କ ସମେତ ଅନେକଙ୍କ ନାମରେ ମାମସା ରୁଜୁ ହେବା ସହ ସମନ ମଧ୍ୟ ଜାରି କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.