ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଖୁବଶୀଘ୍ର ଆତଙ୍କବାଦୀ ଆକ୍ରମଣର ଦୃଢ ଜବାବ ଦେବ ଭାରତ, ବିଶ୍ବ ଦେଖିବ ପ୍ରତିଶୋଧ : ପ୍ରତିରକ୍ଷା ମନ୍ତ୍ରୀ

Published By : Prameya | April 23, 2025 5:42 PM

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ଏବେ କ୍ରୋଧରେ ରହିଛି । ଆତଙ୍କବାଦୀ ଏବଂ ସେମାନଙ୍କର ମାଲିକ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିରନ୍ତର ଦାବି ହେଉଛି। ସୂଚନାଥାଉକି,ଯେ ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏବେ, ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ରାଜନାଥ ସିଂହ କହିଛନ୍ତି।

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ,"ଆମେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ହରାଇଛୁ। ମୁଁ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ବଜାୟ ରଖିଛି। ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାର ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ। ଏହି ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ସହିତ ଏହା ପଛରେ ଲୁଚି ରହିଥିବା ଲୋକ ମାନଙ୍କୁ ମଧ୍ୟ ଧରାଯିବ। ମୁଁ ଦେଶକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏକ ଉପଯୁକ୍ତ ଏବଂ ସ୍ପଷ୍ଟ ଜବାବ ଦିଆଯିବ।" ରାଜନାଥ ସିଂହ ଆହୁରି କହିଛନ୍ତି ଯେ ଏହାର ଫଳାଫଳ ଖୁବ୍ ଶୀଘ୍ର ଆସିବ । 

ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା କାପୁରୁଷୋଚିତ ଆକ୍ରମଣରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ଆମ ଦେଶ ଅନେକ ନିର୍ଦ୍ଦୋଷ ନାଗରିକଙ୍କୁ ହରାଇଛି। ଏହି ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଆମ ସମସ୍ତଙ୍କୁ ଗଭୀର ଦୁଃଖ ଏବଂ ଯନ୍ତ୍ରଣାରେ ଡୁବାଇ ଦେଇଛି। ସର୍ବପ୍ରଥମେ, ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ସମସ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ, ମୁଁ ଈଶ୍ୱରଙ୍କ ନିକଟରେ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.