ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପହଲଗାମ୍‌ ଆକ୍ରମଣ ପରେ ଏବେ ମିସାଇଲ ଟେଷ୍ଟ କରିବ ପାକିସ୍ତାନ, ଭାରତୀୟ ଏଜେନ୍ସି ରଖିଛନ୍ତି କଡ଼ା ନଜର

Published By : Prameya | April 24, 2025 3:40 PM

ନୂଆଦିଲ୍ଲୀ,୨୪।୪: ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହା ପରେ ଭାରତ ଏବେ ଆତଙ୍କୀଙ୍କୁ କଡ଼ା ଜବାବ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛି ଭାରତ। ସିନ୍ଧୁ ଜଳ ଚୁକ୍ତିନାମା ସମେତ ଅନ୍ୟାନ୍ୟ ନିଷ୍ପତ୍ତି ନେଇ ପାକିସ୍ତାନର ଚିନ୍ତା ବଢ଼ିଯାଇଛି। ପାକିସ୍ତାନ ଭାବୁଛି ଯେ ଭାରତ ଆକ୍ରମଣ କରିପାରେ। ସେଥିପାଇଁ ପାକିସ୍ତାନ କ୍ଷେପଣାସ୍ତ୍ର ପରୀକ୍ଷଣ ଆରମ୍ଭ କରିଛି।

ଭାରତର ପ୍ରତିଶୋଧ  ଭୟରେ ଚିନ୍ତିତ ହୋଇପଡିଛି ପାକିସ୍ତାନ । ସେଥିପାଇଁ ମିସାଇଲ ଟେଷ୍ଟ କରିବାର କରିଛି ଘୋଷଣା। ଏହି ପରୀକ୍ଷଣ ଉପରେ ଭାରତୀୟ ଏଜେନ୍ସି ମଧ୍ୟ କଡ଼ା ନଜର ରଖିଛି। ଏହା ଏଭଳି ସମୟରେ ହେଉଛି ଯେତେବେଳେ ମଙ୍ଗଳବାର ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ ୨୬ ଲୋକଙ୍କୁ ହତ୍ୟା କରିଦେଇଛନ୍ତି। ଆଶଙ୍କା କରାଯାଉଛି ଯେ, ଏହି ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ସାମିଲ ହୋଇପାରନ୍ତି।

ସମାଚାର ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁସାରେ, ପାକିସ୍ତାନ ୨୪-୨୫ ଏପ୍ରିଲରେ  କରାଚୀରେ ଭୂପୃଷ୍ଠରୁ ଆକାଶମାର୍ଗକୁ ମିସାଇଲ ପରୀକ୍ଷଣ କରିବା ନେଇ ନୋଟିଫିକେସନ୍ ଜାରି କରିଛି। ଭାରତୀୟ ଏଜେନ୍ସି ମଧ୍ୟ ପୁରା ଘଟଣା ଉପରେ କଡା ନଜର ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.