ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପହଲଗାମ୍ ଆତଙ୍କୀ ହମଲାର ଖୁସି ସେଲିବ୍ରେସନ୍ କରୁଛି କି ପାକିସ୍ତାନ ? ଦୂତାବାସ ମଗାଇଲା କେକ୍, ଭାଇରାଲ ହେଉଛି ଏହି ଭିଡିଓ

Published By : Prameya | April 24, 2025 4:49 PM

ନୂଆଦିଲ୍ଲୀ,୨୪।୪: ପହଲଗାମ୍‌ରେ ଆତଙ୍କୀ ହମ୍‌ଲା ପରେ ସାରା ଦେଶରେ ଉତ୍ତେଜନା । ଆତଙ୍କୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ହୋଇଛି କଡ଼ା ଦାବି। ଏପରିକି ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ମଧ୍ୟ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା। ହେଲେ ଏଭଳି ବର୍ବର କାଣ୍ଡ ପରେ ଦିଲ୍ଲୀ ସ୍ଥିତ ପାକିସ୍ତାନୀ ଦୂତାବାସରେ ଖୁସିର ମାହୋଲ। ଏକଥା ଏଥିରୁ ଜଣାପଡିଛି ଯେ, ଜଣେ ବ୍ୟକ୍ତିଙ୍କୁ ଗୁରୁବାର କେକ୍‌ ନେଇ ଦୂତାବାସ ଭିତରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ଯେତେବେଳେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ କର୍ମଚାରୀମାନେ ପଚାରିଥିଲେ କେଉଁ ଖୁସିରେ କେକ୍ ନେଉଛନ୍ତି ? କିନ୍ତୁ ସେ ବ୍ୟକ୍ତି ଜଣକ କିଛି ଉତ୍ତର ନଦେଇ ଦୂତାବାସ ଭିତରକୁ ଚାଲିଯାଇଥିଲେ।

ପହଲଗାମ୍‌ରେ ୨୮ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟାକୁ ନେଇ ସାରା ଦେଶରେ ଦୁଃଖର ଛାୟା ଖେଳିଯାଇଛି। ହେଲେ ପାକ୍ ଦୂତାବାସରେ ଏଭଳି ସମୟରେ ଏକ ବଡ଼ କେକ୍ କେଉଁ ଖୁସି ନିଆଗଲା ତାହା ସ୍ପଷ୍ଟ ହୋଇପାରିଲାନି। ଏହି ଘଟଣା ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାବରେ ଭାଇରାଲ ହୋଇଛି। ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ଉଦେଶ୍ୟ କ’ଣ ତାହାକୁ ନେଇ ସନ୍ଦେହ। ସେମାନେ କ’ଣ ଆତଙ୍କୀ ହମଲାକୁ ନେଇ ଖୁସି କି ? କେକ୍ କାଟି କରୁଛନ୍ତି କି ସେଲିବ୍ରେସନ୍ ? ପାକ୍ ଦୂତାବାସ ଆଗରେ ଲୋକେ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି। ସେଭଳି ସୋସିଆଲ ମିଡିଆରେ କେକ୍ ନେଉଥିବା ବ୍ୟକ୍ତିର ଉଦ୍ଦେଶ୍ୟକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। 

ସେପେଟ ଏହି ଆତଙ୍କୀ ହମଲାର ପ୍ରଭାବ ଦୁଇ ଦେଶର ସମ୍ପର୍କ ଉପରେ ପଡିଛି। ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସର ସୁରକ୍ଷା ମଧ୍ୟ କମ୍ କରି ଦିଆଯାଇଛି। ଏବେ ପାକିସ୍ତାନୀ ଦୂତାବାସ ବାହାରେ କେବଳ ନୀରବତା ହିଁ ନୀରବତା। କୌଣସି ସୁରକ୍ଷାକର୍ମୀଙ୍କୁ ମୁତୟନ ନାହାଁନ୍ତି କିମ୍ବା ବ୍ୟାରିକେଡ୍ ମଧ୍ୟ ନାହିଁ।  ନୂଆଦିଲ୍ଲୀରେ ପାକିସ୍ତାନ ଦୂତାବାସରେ ନିୟୋଜିତ ତିନି ସେନାର ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ଭାରତ ୭ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଇସଲାମାବାଦରେ ନିୟୋଜିତ ସାମରିକ ପରାମର୍ଶଦାତାମାନଙ୍କୁ ମଧ୍ୟ ଫେରାଇ ଆଣିଛି ଭାରତ । ଏହି ନିଷ୍ପତ୍ତି ପୂର୍ବରୁ ଉଭୟ ଦେଶର ଦୂତାବାସରେ ୫୫ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ଏବେ ୩୦ ଜଣ ଅଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.