ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

FIITJEE ମାଲିକ ଡିକେ ଗୋୟଲଙ୍କ ବଢିଲା ଅଡୁଆ,ଏକକାଳୀନ ୧୦ଟି ସ୍ଥାନରେ ଇଡ଼ିର ଚଢାଉ

Published By : prameya | April 24, 2025 11:28 AM

ନୂଆଦିଲ୍ଲୀ,୨୪/୦୪: FIITJEE ମାଲିକ ଡିକେ ଗୋୟଲଙ୍କ ବଢିଲା ଅଡୁଆ ।ଇଡ଼ିର ଏକକାଳୀନ ୧୦ଟି ସ୍ଥାନରେ ଚଢାଉ । ଦିଲ୍ଲୀ, ନୋଏଡା ଏବଂ ଗୁରୁଗ୍ରାମରେ ଥିବା ଡିକେ ଗୋୟଲଙ୍କ ଘରରେ ଚଢାଉ ହୋଇଛି । ଶହ ଶହ FIITJEE କେନ୍ଦ୍ର ବନ୍ଦ ଯୋଗୁଁ ୧୨୦୦୦ ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । 

ଏହା ମଧ୍ୟ ପଢନ୍ତୁ- 

ସୂଚନା ମୁତାବକ, ଫେବୃଆରୀ ପୂର୍ବରୁ ନୋଏଡା ପୋଲିସ FIITJEE ସହ ଜଡିତ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଥିଲା। ଗୋୟଲଙ୍କ ଆକାଉଣ୍ଟରୁ ୧୧ କୋଟି ୧୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା। FIITJEE କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ କରିବା ମାମଲାରେ ନୋଏଡା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପ୍ରତିଷ୍ଠାନର ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ FIITJEE ସହ ଜଡିତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଜବତ କରିଥିଲା । ଏଥିସ FIITJEE ମାଲିକ ଦିନେଶ ଗୋୟଲଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ, ଦିନେଶ ଗୋୟଲଙ୍କ ସମେତ ୮ ଜଣଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଏବଂ ଅପରାଧିକ ବିଶ୍ୱାସ ଭଙ୍ଗ ଭଳି ଗୁରୁତର ଅଭିଯୋଗ ଲଗାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.