ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଆମ ପେଟ ଯେମିତି ହେଲେ ପୁରିଯିବ, ହେଲେ ଦେଶ ଆଗ... ଅଟାରୀ-ୱାଘା ବର୍ଡରରୁ ବ୍ୟବସାୟୀଙ୍କ ଖୋଲା ସମର୍ଥନ

Published By : Prameya | April 24, 2025 12:32 PM

ନୂଆଦିଲ୍ଲୀ, ୨୪/୦୪ : ଆମ ପେଟ ଯେକୌଣସି ମତେ ପୁରିଯିବ, ହେଲେ ଦେଶ ଆଗ। ଅଟାରୀ-ୱାଘା ବର୍ଡରରୁ ବ୍ୟବସାୟୀଙ୍କ ଖୋଲା ସମର୍ଥନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କଲେ ବ୍ୟବସାୟୀ। ଅଟାରୀ-ୱାଘା ସୀମାରେ ଥିବା ସମନ୍ୱିତ ଚେକ୍‌ ପୋଷ୍ଟ ବନ୍ଦ ନିଷ୍ପତ୍ତିକୁ ନେଇ ଢାବା ଚଳାଉଥିବା ବ୍ୟବସାୟୀ ମଞ୍ଜିତ ସିଂହ କହିଛନ୍ତି ଯେ, ଆମ ବ୍ୟାପାର ଯେକୌଣସି ମତେ ଚଳିଯିବ। ହେଲେ ପହଲଗାମରେ ଯାହା ହେଲା, ତାହା ଭୁଲ୍ ଥିଲା। ଯବାନଙ୍କ ଉପରେ ଆକ୍ରମଣ ଗୋଟେ କଥା, କାରଣ ସେମାନେ ଜବାବ ଦେବା ଜାଣିଛନ୍ତି। ହେଲେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଭୁଲ୍। ଯଦି ଆମ ବେପାରରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଯିବ, ତାହେଲେ କିଛି କଥା ନାହିଁ। ଆମେ ଦେଶ ସାଥିରେ ଅଛୁ। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍। ସେହିପରି ଅନ୍ୟ ଜଣେ ସ୍ଥାନୀୟ ବ୍ୟବସାୟୀ କହିଛନ୍ତି ଯେ, ଛୋଟ ଛୋଟ ବେପାରୀଙ୍କ ପାଇଁ ଏହି ଚେକପୋଷ୍ଟ ପେଟ ପୋଷିବାର ମାଧ୍ୟମ ଥିଲା, କିନ୍ତୁ ଆଟାକ୍ ପରେ ସୁରକ୍ଷା ସର୍ବୋପରି। 

ସୂଚନା ଥାଉକି, ଅଟାରି-ୱାଘା ବର୍ଡରରେ ସବୁଦିନ ସକାଳେ ଲୋକଙ୍କ ଲମ୍ବା ଧାଡ଼ି ଲାଗେ। ହେଲେ ଏହି ମାର୍ଗ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକ ଏବଂ ବ୍ୟାପାରୀ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ହେଲେ ଚିନ୍ତାର ବିଷୟ ଦୀର୍ଘ ଦିନ ପର୍ଯ୍ୟନ୍ତ ଚେକପୋଷ୍ଟ ବନ୍ଦ ରହିଲେ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ। 

ଆତଙ୍କବାଦୀଙ୍କ ନରସଂହାର ପରେ ଭାରତ ପାକିସ୍ତାନ ଉପରେ ଆକ୍ସନ୍ ପରେ ଆକ୍ସନ୍ ନେଉଛି। ଅଟାରୀ-ୱାଘା ସୀମାରେ ଥିବା  ସମନ୍ୱିତ ଚେକ୍‌ ପୋଷ୍ଟ (ଆଇସିପି)କୁ ତ୍ୱରିତ ଭିତ୍ତିରେ ସରକାର ବନ୍ଦ କରିଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ଏହି ନିଷ୍ପତ୍ତି ପରେ ବ୍ୟାପାର ପ୍ରଭାବିତ ହେବାର ଆଶଙ୍କା ବଢିଛି। ଏହି କରିଡର ବନ୍ଦ ହେବା ଯୋଗୁ ୩୮୦୦  କୋଟିର କାରବାର ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି ।

ଏହି ଖବରଟିକୁ ପଢନ୍ତୁ-ପହଲଗାମ୍‌ରେ ଆତଙ୍କବାଦୀ ହାମଲା ପରେ ଆକ୍ସନ୍: ୱାଘା- ଅଟାରୀ ସୀମା ବନ୍ଦ, ପ୍ରଭାବିତ ହେବ ୩୮୦୦ କୋଟିର କାରବାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.