ନୂଆଦିଲ୍ଲୀ, ୨୪/୦୪ : ୱାଶିଂଟନ୍ ଫେରିଗଲେ ଆମେରିକା ଉପରାଷ୍ଟ୍ରପତି। ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ଜେ.ଡି. ଭାନ୍ସ ଗୁରୁବାର ସକାଳେ ପରିବାର ସହ ଜୟପୁର ବିମାନ ବନ୍ଦରରୁ ୱାଶିଂଟନ୍ ପାଇଁ ଉଡାଣ ଭରିଛନ୍ତି। ପହଲଗାମ ଆଟାକ୍ ପରେ ସେ ଜୟପୁର ସିଟି ପ୍ୟାଲେସ୍ କାର୍ଯ୍ୟକ୍ରମ ରଦ୍ଦ କରିଦେଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି। ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଆମେରିକା ଭାରତର ସାଥ୍ ଦେବ ବୋଲି ଆଶ୍ଵସନା ଦେଇଛନ୍ତି।
ସୂଚନାନୁଯାୟୀ, ଆମେରକା ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପତ୍ନୀ ଓ ୩ ସନ୍ତାନଙ୍କ ସହ ୪ ଦିନିଆ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାତ୍ରୀଭୋଜନ କରିଥିଲେ। ଜୟପୁର ଯାଇ ଆମେର କିଲ୍ଲା ବୁଲି ଦେଖିଥିଲେ। ରାଜସ୍ଥାନର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଭାରତ-ଆମେରିକା ସମ୍ପର୍କକୁ ନେଇ ଅଭିଭାଷଣ ରଖିଥିଲେ। ଆଗ୍ରା ଯାଇ ତାଜମହଲ ବୁଲି ଦେଖିଥିଲେ। ତାଜମହଲ ବୁଲିବା ସମୟରେ ପହଲଗାମ ଆତଙ୍କୀ ହମଲା ଖବର ଶୁଣି ପ୍ରଧାନମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ସମବେଦନା ଜଣାଇଥିଲେ। ଆତଙ୍କବାଦୀଙ୍କ ଆକ୍ରମଣ ପରେ ସେ ଜୟପୁର ସିଟି ପ୍ୟାଲେସ୍ କାର୍ଯ୍ୟକ୍ରମ ରଦ୍ଦ କରିଦେଇଥିଲେ। ଗୁରୁବାର ସକାଳୁ ଭାନ୍ସ ତାଙ୍କ ପରିବାର ସହ ୱାଶିଂଟନ୍ ଫେରି ଯାଇଛନ୍ତି। ତେବେ ଭାନ୍ସଙ୍କ ଭାରତ ଗସ୍ତ ରାଜନୈତିକ, ଅର୍ଥନୈତିକ ଏବଂ କୂଟନୈତିକ ଦୃଷ୍ଟିକୋଣରୁ ଉଭୟ ଦେଶ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।
ଏହି ଖବରଟିକୁ ପଢନ୍ତୁ-Pahalgam Attack: ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ଭାରତରେ ବ୍ଲକ୍