ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଗୋଟିଏ ଘଟଣା ବଦଳାଇଦେଲା ଜୀବନ, ୬୦୦ ଟଙ୍କା ଚୋରି ପାଇଁ ସାରା ଜୀବନର ପେନ୍‌ସନରୁ ବଞ୍ଚିତ

Published By : Prameya | April 23, 2025 2:44 PM

ନୂଆଦିଲ୍ଲୀ ୨୩/୦୪: ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଅପରାଧ ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଏ । ଦେଶର ଉନ୍ନତିରେ ଏହି ନୀତିର ବିଶେଷ ଗୁରୁତ୍ୱ ରହିଛି । ଏଭଳି ଦେଶ ମଧ୍ୟରେ ଜାପାନ ଅନ୍ୟତମ । ଏଠାରେ ଅତି ଛୋଟ ଦୁର୍ନୀତି ପାଇଁ ମଧ୍ୟ ସାରା ଜୀବନର ପୁଞ୍ଜି ହରାଇବାକୁ ପଡ଼ିପାରେ । ଜାପାନରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଦୁର୍ନୀତି ବିରୋଧୀ ନୀତି ଯୋଗୁ ଅନ୍ୟ ଦେଶ ପାଇଁ ଉଦାହରଣ ହୋଇଛି । 

ମାମଲାଟି ଏମିତି- ଜାପାନର କ୍ୟୋଟୋ ସହରର ଜଣେ ବସ୍‌ ଚାଳକ ୭ ଡଲାର (ପ୍ରାୟ ୧୦୦୦ ୟେନ୍‌) ବା ହାରାହାରି ୬୦୦ ଟଙ୍କା ଚୋରି ଅଭିଯୋଗରେ ୮୪,୦୦୦ ଡଲାର ବା ପ୍ରାୟ ୭୦ ଲକ୍ଷ ଟଙ୍କାର ପେନ୍‌ସନ୍‌ ହରାଇଛନ୍ତି । ରିପୋର୍ଟ ଅନୁସାରେ, ବସ୍‌ ଚାଳକ ଜଣକ ଦୀର୍ଘ ୨୯ ବର୍ଷ ପର୍ଯ୍ୟନ୍ତ ସଚ୍ଚୋଟତାର ସହ ସେବା ପ୍ରଦାନ କରିଥିଲେ । କିନ୍ତୁ ଏହି ଗୋଟିଏ ଘଟଣା ତାଙ୍କୁ ସାରା ଜୀବନର ପେନ୍‌ସନରୁ ବଞ୍ଚିତ କରିଛି । ୨୦୨୨ରେ ୫୮ ବର୍ଷୀୟ ଏହି ଚାଳକଙ୍କୁ ବସ୍‌ରେ ଲାଗିଥିବା କ୍ୟାମେରାରେ କଏଦ କରାଯାଇଥିଲା । ଏଥିରେ ସେ ଜଣେ ଯାତ୍ରୀଙ୍କଠୁ ମିଳିଥିବା ୧୦୦୦ ୟେନ୍‌କୁ ଭଡ଼ା ମେସିନ୍‌ରେ ରଖିବା ବଦଳରେ ନିଜ ପକେଟ୍‌ରେ ପୂରାଉଥିବା ନଜର ଆସିଥିଲେ । ସେହି ସମୟରେ ବସ୍‌ରେ ୫ ଜଣ ଯାତ୍ରୀ ଥିଲେ । ସେମାନେ ମୋଟ୍‌ ୧,୧୫୦ ୟେନ୍‌ ଭଡ଼ା ଦେଇଥିଲେ । ଘଟଣାର ଯାଞ୍ଚ୍‌ରେ ଚାଳକ ପ୍ରଥମେ ଚୋରି ଅଭିଯୋଗକୁ ଖଣ୍ଡନ କଲେ । କିନ୍ତୁ ଭିଡିଓ ଫୁଟେଜ୍‌ ସତ ସାମ୍ନାକୁ ଆଣିଲା ।

ଏହା ପରେ ଚାଳକଙ୍କୁ ଚାକିରିରୁ ବାହାର କରିଦିଆଗଲା ଏବଂ ତାଙ୍କର ୨୯ ବର୍ଷର ସେବା ବାବଦ ପେନ୍‌ସନକୁ ଅଟକାଇ ଦିଆଗଲା । ସେ ଏହି ନିଷ୍ପତ୍ତି ବିରୋଧରେ ମକଦ୍ଦମା କଲେ । ତଳ କୋର୍ଟ ଦଣ୍ଡକୁ ଅତ୍ୟଧିକ ଦର୍ଶାଇ ତାଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇଲେ । କିନ୍ତୁ ଜାପାନ ସୁପ୍ରିମକୋର୍ଟ ଏହାକୁ ବଦଳାଇ କ୍ୟୋଟୋ ସହର କୋର୍ଟଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଲେ । କୋର୍ଟ କହିଲେ, ଏ ପ୍ରକାର କାର୍ଯ୍ୟ ସାର୍ବଜନୀନ ସେବାର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରେ । ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଭିନ୍ନ ଭିନ୍ନ ରାୟ ଦେଖିବାକୁ ମିଳୁଛି । କିଏ କହୁଛି, ଯେତେ ବଡ଼ ଦଣ୍ଡ ତାଙ୍କୁ ମିଳିଛି, ଦୁର୍ନୀତି ସେତିକି ଗମ୍ଭୀର ନୁହେଁ । ଆଉ କିଏ କହୁଛି ଦୁର୍ନୀତିକୁ ଛୋଟ କିମ୍ବା ବଡ଼ ଭାବେ ଦେଖିବା ଉଚିତ୍‌ ନୁହେଁ । ଆରମ୍ଭରୁ ଏହାକୁ ରୋକିବା ଉଚିତ୍‌ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.