ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

କିଭ୍ ଉପରେ ରୁଷ୍‌ର ଡ୍ରୋନ ଆକ୍ରମଣ, ୯ ମୃତ, ଅଧାରୁ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରି ସ୍ବଦେଶ ଫେରିଲେ ଜେଲେନସ୍କି…

Published By : Prameya | April 24, 2025 9:12 PM

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଗୁରୁବାର ଦିନ ତାଙ୍କ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରୁ ବନ୍ଦ କରି ସ୍ୱଦେଶ ଫେରିଛନ୍ତି। ରୁଷ୍ ଦ୍ବାରା ରାଜଧାନୀ କିଭ୍ ଉପରେ ଆକ୍ରମଣ ପରେ ଜେଲେନ୍ସକି ତାଙ୍କ ଗସ୍ତ ମଝିରେ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ। ରାଜଧାନୀ କିଭରେ ହୋଇଥିବା ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦ ରୁ ଅଧିକ ଆହତ ହୋଇଛନ୍ତି। ପୂର୍ବରୁ, ରାଷ୍ଟ୍ରପତି ଜେଲେନ୍ସକି ଏକ ଟେଲିଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ, ସେ ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କୁ ଭେଟିବା ପରେ ଫେରିଯିବେ।

ଯୁଦ୍ଧ ବିରତି ପାଇଁ ଦକ୍ଷିଣ ଆଫ୍ରିକାର ସମର୍ଥନ ସଂଗ୍ରହ କରିବା ଲକ୍ଷ୍ୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଏହି ଗସ୍ତ କରିଥିଲେ। କିଭ ଉପରେ ରୁଷର ଆକ୍ରମଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ କି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଅଟକି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କ୍ରିମିଆ ପ୍ରସଙ୍ଗରେ ଯୁଦ୍ଧବିରତି ଆଲୋଚନାକୁ ଲମ୍ବା କରିବା ପାଇଁ ଅଭିଯୋଗ କରିଛନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ ରୁଷ ସହିତ ଆଲୋଚନା କରିବା ଅପେକ୍ଷା ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରିବା ଅଧିକ କଷ୍ଟକର। ଏହା ଉଲ୍ଲେଖନୀୟ ଯେ ଜେଲେନସ୍କି କ୍ରିମିଆ ଉପରେ ରୁଷର ଦଖଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

କିଭ୍‌ର ସାମରିକ ପ୍ରଶାସନ କହିଛି ଯେ ରୁଷ ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ କିଭ୍‌ ଉପରେ ଆକ୍ରମଣ କରିଥିଲା। ୪୫ଟି ଡ୍ରୋନ୍ ଚିହ୍ନଟ କରାଯାଇଛି। ଆକ୍ରମଣରେ ଆହତ ୪୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ଭିତରେ ଲୋକଙ୍କୁ ମଧ୍ୟ ଖୋଜା ଚାଲିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.