ନୂଆଦିଲ୍ଲୀ,୨୪।୪: ଭାଙ୍ଗିବ କି ଡୋନାଲ୍ଡୋ ଟ୍ରମ୍ପ ଓ ଏଲନ ମସ୍କଙ୍କ ଯୋଡି ? ଟେସଲାର ଲାଭରେ ୭୧% ହ୍ରାସ ପରେ ବ୍ୟାକଫୁଟ୍ରେ ସିଇଓ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ। ସେ ଏବେ ନିଜର ବିଜନେସ୍ ଉପରେ ରଖିବାକୁ ଚାହୁଁଛନ୍ତି ପୁରା ଫୋକସ୍। ପୂର୍ବଭଳି ହ୍ବାଇଟ ହାଉସର ଡିପାର୍ଟମେଣ୍ଟ ଅଫ୍ ଗର୍ଭମେଣ୍ଟ ଏଫିସିଏନ୍ସି ବିଭାଗକୁ ଦେଇପାରିବେନି ସମୟ। ଏନେଇ ନିଜେ ଘୋଷଣା କରିଛନ୍ତି ଏଲନ୍ ମସ୍କ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ଏଲନ୍ ମସ୍କରଙ୍କ ଯୋଡିକୁ ଦୁନିଆରେ ଟେକ୍ ଓ ପାଓ୍ବାରର ମେଣ୍ଟ ଭାବରେ ଦେଖାଯାଏ। ଟ୍ରମ୍ପଙ୍କର ସବୁବେଳେ ଖୋଲାଖୋଲି ସମର୍ଥନ କରିଥାନ୍ତି ଏଲନ୍ ମସ୍କ। ଏପରିକି ୨୦୨୪ ନିର୍ବାଚନରେ ପ୍ରଚୁର ମାତ୍ରାରେ ମଧ୍ୟ ଫଣ୍ଡିଂ କରିଥିଲେ। କିନ୍ତୁ କିଛି ମାସ ଭିତରେ ମସ୍କଙ୍କ ଗତିବିଧି ପ୍ରଶାସନରେ ବିବାଦ ସୃଷ୍ଟି କରିଛି। ମସ୍କ ଟ୍ରମ୍ପ ପ୍ରଶାସନରେ ‘ଡିପାର୍ଟମେଣ୍ଟ ଅଫ ଗର୍ଭମେଣ୍ ଏଫିସିଏନ୍ସି ବା DOGE ର ମୁଖ୍ୟ ପଦବୀରେ ରହିଚନ୍ତି। ସେ ସରକାରୀ ବଜେଟ୍ରେ କାଟ ପାଇଁ କଡା ନିଷ୍ପତ୍ତି ନେଇଥିଲେ। କିନ୍ତୁ ନା ଏହାକୁ ସିନେଟ୍ରେ ମଞ୍ଜୁରୀ ମିଳିଲା ନା ତାଙ୍କ ପାଖରେ କୌଣସି ସମ୍ବିଧାନିକ ଅଧିକାର ରହିଛି। ଏହାପରେ ବି ଯେ ଟ୍ରମ୍ପଙ୍କ ଟିମ୍ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।
ଯଦିଓ ଗତ କିଛି ଦିନ ଧରି ଏହା ଖବର ଥିଲା ଯେ, ମସ୍କ ଖୁବ୍ ଶୀଘ୍ର ଟ୍ରମ୍ପଙ୍କ ଟିମ୍ଠାରୁ ନିଜକୁ ଦୂରେଇ ରଖିବାକୁ ଚାହାନ୍ତି। ଏବେ କିନ୍ତୁ ଏହାର ଔପଚାରିକ ଘୋଷଣା କରିଛନ୍ତି ସେ। ମସ୍କ କହିଛନ୍ତି, ଏବେ ସେ ନିଜର କମ୍ପାନୀ ଉପରେ ପୁରା ଫୋକସ୍ ରଖିବାକୁ ଚାହାନ୍ତି। ସରକାରଙ୍କ ଖର୍ଚ୍ଚ କାଟ୍ କରିବା ଜରୁରୀ, କିନ୍ତୁ ବର୍ତ୍ତମାନ ଟେସଲାକୁ ମୋର ଦରକାର ଅଛି। ପୂର୍ବଭଳି ଆଉ ସରକାରୀ କାମ ପାଇଁ ଅଧିକ ସମୟ ଦେବା ସମ୍ଭବ ହୋଇପାରିବନି।’ ନିକଟରେ ଟେସଲାର ସେୟାର ଦ୍ରୁତ ଗତିରେ ହ୍ରାସ ପାଇଛି। ଇଲୋକ୍ଟେ୍ରାନିକ୍ସ ବାହାନ ସେକ୍ଟରରେ ବଢୁଥିବା ପ୍ରତିଯୋଗିତା ଓ ମାର୍କେଟରେ କମ୍ପାନୀର ସ୍ଥିତି ଡାଉନ୍ ହେବାପରେ ମସ୍କଙ୍କ ଚିନ୍ତା ବଢିଯାଇଛି। ଏବେ ପୁରା ଶକ୍ତି ଟେସଲା ଉପରେ ଲଗାଇବାକୁ ପଡିବ। ନଚେତ ଏହି କମ୍ପାନୀ ମଧ୍ୟ ଟ୍ବିଟର ଭଳି ବିବାଦରେ ଘେରି ହୋଇଯିବ। ଏଲନ୍ ମସ୍କଙ୍କ ଏହି ନିଷ୍ପତ୍ତି ପରେ ସେପଟେ ଟ୍ରମ୍ପ ପ୍ରଶାସନ ମଧ୍ୟ ନିଜର କ୍ଷମତା ଫେରାଇନେବାକୁ ପ୍ରସ୍ତୁତ ହୋଇଛି।