ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଏଲିମିନେଟର ଫାଇଟ୍‌: ରାଜସ୍ଥାନକୁ ୧୭୩ ରନ୍‌ର ଟାର୍ଗେଟ ଦେଲା ଆରସିବି

Image Courtesy: espncricinfo

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହାଇଭୋଲଟେଜ୍‌ ମ୍ୟାଚ୍‌ । ଆଇପିଏଲ ୨୦୨୪ର ଏଲିମିନେଟର ମ୍ୟାଚ୍‌ରେ କର ବା ମର ଲଢ଼େଇ । ଆରସିବି ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜୋରଦାର ଟକ୍କର । ଆଜି ଟସ୍‌ ହାରି ଆରସିବି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୭୨ ରନ୍‌ କରିଛି । ରାଜସ୍ଥାନକୁ ୧୭୩ ରନ୍‌ର ଟାର୍ଗେଟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।  

ଏଲିମିନେଟର ମ୍ୟାଚ୍‌ରେ ଆରସିବି ଏକ ବଡ଼ ସ୍କୋର କରିବାକୁ ପ୍ରଚେଷ୍ଟା କରିଥିଲା । କିନ୍ତୁ ଲଗାତାର ଓ୍ବିକେଟ ଯିବା ଫଳରେ ୨୦୦ ପାର୍‌ ସ୍କୋର କରିବାକୁ ଆରସିବିର ପ୍ରଚେଷ୍ଟା ଫେଲ୍‌ ହୋଇଛି । ୧୭ ରନ କରି ଫାଫ୍‌ ଡୁପ୍ଲେସିସ୍‌ ପ୍ୟାଭିଲିୟନ୍‌ ଫେରିବା ପରେ ବିରାଟ କୋହଲି ଜଗି ରଖି ଖେଳିଥିଲେ ।  ହେଲେ ୨୪ ବଲ୍‌ରେ ୩୩ ରନ୍‌ କରି ଚହଲଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ କୋହଲି । 

 କ୍ୟାମେରନ ଗ୍ରୀନ୍‌ (୨୭), ରଜତ ପାଟିଦାର (୩୪), ମହିପାଲ ଲାମରୋର (୩୨), ଦିନେଶ କାର୍ତ୍ତିକ (୧୧), କର୍ଣ୍ଣ ଶର୍ମା (୫)  ଏବଂ ସ୍ବପ୍ନିଳ ସିଂହଙ୍କ ଅପରାଜିତ ୫ ରନ୍‌ ବଳରେ ଦଳ ୧୭୨ ରନ୍‌ କରପାରିଛି । ଆଜିର ମ୍ୟାଚ୍‌ରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଖାତା ଖୋଲିପାରିନାହାନ୍ତି ।ସେପଟେ ରାଜସ୍ଥାନର ବୋଲରଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ଆରସିବି ବ୍ୟାଟର । ଆଜି ୮ଟି ଯାକ ଓ୍ବିକେଟ କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି । ଆଭେଶ ଖାନ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.