ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଜା ଚକ୍ର ଓ ସହଯୋଗୀଙ୍କ ଜାମିନ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

Published By : Prameya | May 13, 2025 10:43 AM

କଟକ, ୧୩/୦୫: ଗନ୍ଧମାର୍ଦ୍ଦନ  ଲୋଡିଂ ଏଜେନ୍ସି ଏବଂ ପରିବହନ  ସମବାୟ ସମିତି ଆର୍ଥିକ ଅନିୟମିତତା  ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲୁ  ଦ୍ୱାରା ଗିରଫ ହୋଇଥିବା ବିଜେଡି  ଯୁବନେତା ରାଜା ଚକ୍ର ଓରଫ  ସୌମ୍ୟଶଙ୍କର ଚକ୍ର, ସମିତିର  ତତ୍କାଳୀନ ସଭାପତି ମାନସ ବାରିକ୍‌,  ସମ୍ପାଦକ ଉତ୍କଳ ଦାସ, ସହଯୋଗୀ  ସୁଶାନ୍ତ କୁମାର ସାମଲ ଓ ସୁଧାଂଶୁ  ଶେଖର ନାୟକଙ୍କ ଜାମିନ ମାମଲାର  ଶୁଣାଣି ଶେଷ ହୋଇଛି । ହାଇକୋର୍ଟର  ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ  ସମସ୍ତ ପକ୍ଷଙ୍କୁ ଶୁଣିବା ପରେ  ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।  

ମାମଲାରୁ ଜଣାଯାଇଛି ଯେ,  ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଏବଂ  ପରିବହନ ସମବାୟ ସମିତିରେ  ୩୫ କୋଟି ଟଙ୍କା ହେର୍‌ଫେର ନେଇ  ଅଭିଯୋଗ ହୋଇଥିଲା । ଏନେଇ  ଇଓଡବ୍ଲୁ ପକ୍ଷରୁ ଚଢ଼ଉ କରାଯାଇ  ଯାଞ୍ଚ୍‌ କରାଯାଇଥିଲା । ଏହି ଏଜେନ୍ସି  ଜରିଆରେ କେନ୍ଦୁଝରରେ ବିଭିନ୍ନ ଖଣିରୁ  ଲୁହାପଥର ପରିବହନ କରାଯାଉଥିଲା ।  ଏଥିରେ କୋଟିକୋଟି ଟଙ୍କା ଜାଲିଆତି  ହୋଇଥିବା ନେଇ ପ୍ରାଥମିକ ପ୍ରଭାଣ ମିଳିଥିଲା । ଗିରଫଦାରୀ ଆଶଙ୍କା ଏଡାଇବା ପାଇଁ ଅଭିଯୁକ୍ତମାନେ ଆଗୁଆ  ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି  ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିଲେ । ଫଳରେ ଇଓଡବ୍ଲୁ ପକ୍ଷରୁ  ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ  କରାଯାଇଥିଲା । ପରେ ଏହି ଘଟଣାରେ  ନିୟମିତ ଜାମିନ ପାଇଁ ଅଭିଯୁକ୍ତମାନେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । 

ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର  ନାୟକ, ବରିଷ୍ଠ ଆଇନଜୀବୀ ଅଶୋକ  ମହାନ୍ତି, ବରିଷ୍ଠ ଆଇନଜୀବୀ ଅଶୋକ  ପରିଜା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ପାର୍ଥସାରଥୀ ନାୟକ  ମାମଲା ପରିଚାଳନା କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.